ନନଷ୍ଟପ ଅଭିନୟ, ବିଶ୍ୱରେକର୍ଡ କଲା ମିରର ଥିଏଟର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିନା ବ୍ରେକରେ ୪୮ ଘଣ୍ଟା ଅଭିନୟ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ । ବିଶ୍ୱ ରେକର୍ଡ କରିଛି ଝାରସୁଗୁଡ଼ା ବେଲପାହାଡର ମିରର ଥିଏଟର । ଦୀର୍ଘ ୪୮ ଘଣ୍ଟା ନାଟକ କରି ଇଣ୍ଟରନ୍ୟାସନାଲ ଏକ୍ସସିଲେନ୍ସ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇ ପୁରା ରାଜ୍ୟ ପାଇଁ ଗୌରବ ଆଣିଛି ମିରର ଥିଏଟର । ଏ ଲୁହ କୌଣସି ଦୁଃଖର ନୁହେଁ । ଏ ଲୁହ କିଛି ହରାଇଥିବାରୁ ନୁହେଁ, ଏ ଲୁହ ହେଉଛି ବିଶ୍ୱ ରେକର୍ଡର । ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ପରେ କଳାକାରଙ୍କ ଆଖିରୁ ଝରିପଡ଼ୁଥିବା ଏ ଲୁହ ହେଉଛି ଖୁସିର ଆତ୍ମ ବିଶ୍ୱାସର । ବିଶ୍ୱ ରେକର୍ଡ କରିବା ଲକ୍ଷରେ ଦୀର୍ଘ ୪୮ ଘଣ୍ଟା ଲମ୍ବା ସମୟ ଧରି ନାଟକ ପ୍ରଦର୍ଶନ କରିଥିଲା ମିରର ଥିଏଟର । ଡିସେମ୍ବର ୧ ସନ୍ଧ୍ୟା ୭ଟା ୪୫ରୁ ଡିସେମ୍ବର ୩ ସନ୍ଧ୍ୟା ୯ଟା ୩୩ ପର୍ଯ୍ୟନ୍ତ ଚାଲିଥିଲା ନାଟକ । ସମ୍ବଲପୁରୀ ନାଟକ କାଏଜୁରୀ ପ୍ରଦର୍ଶନ କରିଥିଲା ମିରର ଥିଏଟର । ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡର ନାଟକ ପ୍ରଦର୍ଶନ କରି ଆଜି ବିଶ୍ୱ ଦରବାରରେ ନାଁ କରିଛି ମିରରଥିଏଟର । ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ ପାଇଁ ଆଇଇଏ ବୁକ ଅଫ ୱାର୍ଲଡ ରେକର୍ଡ ସଂସ୍ଥା ପକ୍ଷରୁ ମିରର ଥିଏଟରକୁ ସମ୍ମାନିତ କରାଯାଇଛି ।

ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିବା ଏହି ସମ୍ବଲପୁରୀ ନାଟକ କାଏଜୁରୀରେ ଲାଲ ପାଏନ, ଦୂର ଆକାଶେ, ଗାଁ, ଟ୍ରାଫିକ ପୋଷ୍ଟ, ବେକାର, ହନୁମାନ ପଇସା, ଗୁଗୁଲ ମ୍ୟାପ, ଗୁରୁ ଚେଲା, ଚେହେରା, ମୂର୍ତ୍ତି, କାଠର ଚୌକି, ତୋର କିରିଆ, ପାଚେନ ପରି ୧୦୦ଟି ନାଟକକୁ ବିନା ବ୍ରେକରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶିତ କରିଥିଲେ । ୨୦୦ରୁ ଅଧିକ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି । ଦେଢ଼ ମାସର ଛୋଟ ଶିଶୁ ଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟ କରିଛନ୍ତି । ନାଟ୍ୟ ଇତିହାସରେ ମିରର ଥିଏଟର ଏହିଭଳି ପ୍ରୟାସକୁ ଉପସ୍ଥିତ ଅତିଥି, ନାଟ୍ୟକାର, ନେତା ତଥା ଦର୍ଶକମାନେ ପ୍ରଶଂସା କରିଛନ୍ତି । ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କରି ମିରର ଥିଏଟର କେବଳ ଝାରସୁଗୁଡା ପାଇଁ ନୁହେଁ ବରଂ ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛି । ମିରର ଥିଏଟରର ଏଭଳି ପ୍ରୟାସ ନାଟକ କ୍ଷେତ୍ରରେ ଜଡିତ ସମସ୍ତଙ୍କୁ ଉତ୍ସାହିତ କରିବ ଏବଂ ଆଗାମୀ ପୀଢ଼ିର କଳାକାରଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମିରର ଥିଏଟରର ନିର୍ଦେଶକ ସୁବାଷ ପ୍ରଧାନ କହିଛନ୍ତି । ଥିଏଟର କଳା ଲୋପ ପାଉଥିବା ବେଳେ ମିରରଥିଏଟରର ଉଦ୍ୟମକୁ ସବୁଆଡୁ ପ୍ରଶଂସା କରାଯାଇଛି । ନାଟକ ଓ କଳା କ୍ଷେତ୍ରରେ ବିଶ୍ୱ ଦରବାରରେ ଓଡ଼ିଶାର ନାଁକୁ ରେଖାଙ୍କିତ କରିଛି ମିରର ଥିଏଟର ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!