ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ):ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପଡିଥାଏ କୁମାର ପୂର୍ଣ୍ଣିମା । କୁମାରୀ ଝିଅଙ୍କ ବଡ଼ ପର୍ବ । ଓଡ଼ିଶାରେଏହି ଦିନଟିକୁ ଝିଅମାନେ ବେଶ ଆନନ୍ଦର ସହ ପାଳନ କରିଥାନ୍ତି ।
କୁମାର ପୂର୍ଣ୍ଣିମା , କୁମାର ମାନଙ୍କ ପାଇଁ କୁମାରୀ ପାଳନ କରିଥାନ୍ତି । ଏହି ଦିନ ସକାଳୁ ସକାଳୁ ଝିଅମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ଆଂଜୁଳା ଟେକିଥାନ୍ତି । କୁଲାରେ ସାତ ପ୍ରକାରର ଫଳ ଧରି ଚଉଁରାମୂଳରେ ବିଧି ସହକାରେ ପୂଜା କରିଥାନ୍ତି ।
ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପ୍ରସାଦ ଚାନ୍ଦ କରି ଭୋଗ କରିଥାନ୍ତି ।
ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ମଧ୍ୟ ଆଜି ଠାରୁ ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଉଛନ୍ତି।