ଯାଯାବର ଜୀବନ

ଗଣିଆ, (ବଡ଼ ଖବର ବ୍ୟୁରୋ): ଇତିହାସ ପୃଷ୍ଠାରୁ ଜଣାଯାଏ ଯେ ଆଦିମ ଯୁଗରେ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଘୂରିବୁଲୁଥିଲା । ସେଠାରେ ଖାଦ୍ୟ ସରିଗଲେ ଅନ୍ୟ ସ୍ଥାନ ବାଛୁଥିଲା । ଯୁଗ ବଦଳି ଯାଇଛି । ଅଧୁନିକ ସଭ୍ୟତାରେ ବଞ୍ଚୁଛନ୍ତି ଲୋକେ । କିନ୍ତୁ ଆଜି ମଧ୍ୟ ଆଦିମ ମାନବଙ୍କ ଜୀବନ ଜିଉଁଛନ୍ତି ମାଲ୍ହର ସମ୍ପ୍ରଦାୟର ଆଦିବାସୀ ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଏମାନଙ୍କ ଲାଗି ସାତସପନ । ନା’ ଅଛି ରାସନକାର୍ଡ ନା ଅଛି ସ୍ଥାୟୀଘର । ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

କଟକ ଜିଲ୍ଲା ନରସିଂହପୁର ଶିଶୁପଥର ଗ୍ରାମରୁ କେତେକ ମାଲହର ଜାତିର ଆଦିବାସୀ ଆସି ଗଣିଆ ବ୍ଲକର ବିଭିନ୍ନ ଜଙ୍ଗଲରୁ ମହୁ, ଝୁଣା ଓ କନ୍ଦା ଆଦି ସଂଗ୍ରହ କରୁଛନ୍ତି । ଏଥିରୁ ଯାହା ଦି’ପଇସା ମିଳେ ସେତିକିରେ ଚଳୁଛି ପରିବାର । ବିପଦପୂର୍ଣ୍ଣ ଭାବେ ଜଙ୍ଗଲରେ ବସବାସ କରନ୍ତି ଏମାନେ । ସବୁବେଳେ ରହେ ଜୀବନକୁ ଭୟ । ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ ଭଲଖଣ୍ଡେ କନା ନାହିଁ । ସରକାରୀ ଯୋଜନାରେ ଏମାନଙ୍କୁ ସାମିଲ୍ କରାଇ ଥଇଥାନର ବ୍ୟବସ୍ଥା କରାଗଲେ ବାକି ଜୀବନ ଖୁସିରେ କାଟି ପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଶିକ୍ଷାରୁ ବଞ୍ଚିତ ହୋଇଥିବା ସେମାନଙ୍କ ପିଲାଙ୍କୁ ସୁବିଧା ସୁଯୋଗ ମିଳିଲେ ଆଗକୁ ବଢ଼ିପାରନ୍ତେ ବୋଲି ମଧ୍ୟ କହିଛନ୍ତି । ସରକାରଙ୍କ ଦୃଷ୍ଟି ଏମାନଙ୍କ ଉପରେ କେବେ ପଡୁଛି ବଡ଼ ଖବର ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ