Masthead

ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସିରିଆରେ ମିଶାଇଲ ମାଡ଼, ସାଧାରଣ ନାଗରିକ ସମେତ ୧୫ ମୃତ । ଇସ୍ରାଏଲର ବିମାନ ଆକ୍ରମଣରେ ସିରିଆର ସାଧାରଣ ନାଗରିକ ସମେତ ୧୫ମୃତ । ଭୂକମ୍ପରେ ପ୍ରଭାବିତ ହୋଇଥିବା ସିରିଆର ରାଜଧାନୀ ଦମିସ୍କ ଉପରେ ଶନିବାର ଇସ୍ରାଏଲ ପୁଣିଥରେ ବିମାନ ଆକ୍ରମଣ କରିଛି । ମାନବାଧିକାର ସଂସ୍ଥାନ ସିରିଆନ ଅବଜରଭେଟିଭର ସୂଚନା ଅନୁଯାୟୀ, ଏକ ମିଡିଆ ରିପୋର୍ଟ ଦର୍ଶାଇଛି ଯେ ଏହି ଆକ୍ରମଣରେ ସାଧାରଣ ନାଗରିକଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏକ ଘରୋଇ ବିଲଡିଂକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି ଇସ୍ରାଇଲ । ଯେଉଁଥିରେ ସିରିଆର ରାଜଧାନୀ ଦମିସ୍କ ସହ ଆଖପାଖ ଅଞ୍ଚଳର ଅନେକ କୋଠାଗୁଡିକର କ୍ଷତି ଘଟିଛି । ଏହା ପୂର୍ବରୁ ଶୁକ୍ରବାର ସିରିଆରେ ଭୂକମ୍ପ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସରକାରୀ ଗଣମାଧ୍ୟମ ଏହି ଆକ୍ରମଣ ପାଇଁ ଆଇଏସକୁ ଦାୟି କରିଥିଲା । ପାଲମାୟାରା ହସ୍ପିଟାଲର ନିର୍ଦ୍ଦେଶକ ଭଲିଦ ଅଡି କହିଥିଲେ, ମୃତକଙ୍କ ମଧ୍ୟରେ ୪୬ ଜଣ ସାଧାରଣ ନାଗରିକ ଥିବା ବେଳେ ୭ ସେନା ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ