Masthead

ସୁଦାନରେ ଯୁଦ୍ଧବିରତି ଶେଷ, ପୁଣି ଲଢେଇ ଆରମ୍ଭ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢେଇ ଜାରି ରହିଛି । ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ୩ ସପ୍ତାହ ଯୁଦ୍ଧ ଲାଗି ରହିଛି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ପୁଣି ଆରମ୍ଭ ହୋଇଛି । ଖାରତୁମରେ ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାଧାରଣ ଲୋକେ ବଳି ପଡ଼ୁଛନ୍ତି। ରାଜଧାନୀ ଖାରତୁମ୍‌ରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି । ଏହି ପରିସ୍ଥିତିରେ ଦେଶ ଛାଡ଼ି ହଜାର ହଜାର ଲୋକ ପଳାୟନ କରୁଥିବା ବେଳେ ଭାରତ ପକ୍ଷରୁ ସେଠାରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର କରାଯାଉଛି। ୟୁଏଇ, ଇଂଲଣ୍ଡ ଓ ଆମେରିକା ନିଜ ନାଗରିକଙ୍କୁ ଉଦ୍ଧାର କରୁଥିବା ବେଳେ ଭାରତ ‘ଅପରେସନ କାବେରୀ’ ଜରିଆରେ ସାଉଦି ଆରବ ସହାୟତାରେ ନିଜ ଲୋକଙ୍କୁ ଉଦ୍ଧାର ଅଭିଯାନ ଜାରି ରଖିଛି। ଏପ୍ରିଲ ୧୫ରୁ ସୁଦାନର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଏହି ଯୁଦ୍ଧ ଲାଗିରହିଛି। ଏ ପର୍ଯ୍ୟନ୍ତ ସୁଦାନରୁ ୭୫,୦୦୦ରୁ ଅଧିକ ଲୋକ ସ୍ଥାନାନ୍ତରିତ ହୋଇଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ