Before Header

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରର ମୃତ୍ୟୁ

0 815

ରାୟଗଡ (ବଡ଼ ଖବର ବ୍ୟୁରୋ): ରାୟଗଡ ସହର ଉପକଣ୍ଠରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ। ମୃତକ ହେଲେ ମହେନ୍ଦ୍ର ମାଝୀ । ଜିଲାର କାଶୀପୁରରୁ ଆସି ଛାତ୍ରାବାସରେ ରହି ଅଧ୍ୟୟନ କରୁଥିଲେ। ଗତକାଲି ସନ୍ଧ୍ୟାରେ ଅସୁସ୍ଥ ଥିବା ଜଣାପଡିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେତେବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

ଚିକିତ୍ସିତ ହେଉଥିବା ସମୟରେ ମହେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଏପର୍ଯ୍ୟନ୍ତ ବିଦ୍ୟାଳୟ କିମ୍ବା ଚିକିତ୍ସାଳୟ ତରଫରୁ ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.