Masthead

‘ଲଢେଇ କରି ମରିବା ଅତ୍ୟନ୍ତ ଶ୍ରେୟସ୍କର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଜାରି ରହିଛି ରୁଷ-ୟୁକ୍ରେନ ଯୁଦ୍ଧ । କିଛି ଦିନ ତଳେ ରୁଷର ବୋମା ମାଡ଼ରେ ୟୁକ୍ରେନର ୨୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହାରି ଭିତରେ ଆସିଛି ଆଉ ଏକ ଖବର । ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ସେ ତାଙ୍କର ଆତ୍ମରକ୍ଷା ପାଇଁ ତାଙ୍କ ପାଖରେ ସବୁବେଳେ ପିସ୍ତଲ ରଖିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ରୁଷ ସେନା ତାଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଆକ୍ରମଣ କରନ୍ତି ସେ ମରିଯିବେ ପଛେ କବେ ବିି ଆତ୍ମସମର୍ପଣ କରିବେ ନାହିଁ ।

ସେ ମରିବା ପର୍ଯ୍ୟନ୍ତ ମଧ୍ୟ ଲଢେଇ ଜାରି ରଖିବେ । ଜେଲେନସ୍କି ଏକ ସାକ୍ଷାତକାରରେ କହିଛନ୍ତି କିପରି ପିସ୍ତଲ ଚଳାଇବାକୁ ହୁଏ, ତାହା ସେ ଜାଣନ୍ତି। ରୁଷ୍ ସେନା ହାତରେ ଧରାପଡ଼ିବା ଅପେକ୍ଷା ଲଢ଼େଇ କରି ମୃତ୍ୟୁକୁ ବରଣ କରିବାକୁ ସେ ଶ୍ରେୟସ୍କର ମନେ କରନ୍ତି। ଯୁଦ୍ଧର ପ୍ରାରମ୍ଭିକ ସମୟରେ ରୁଷ୍ ଗୋଇନ୍ଦା ବାହିନୀ କିବ୍ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ୟୁକ୍ରେନ୍ ସେନା ସେମାନଙ୍କୁ ପରାସ୍ତ କରି ତାଙ୍କର ବାଙ୍କେଭା ଷ୍ଟ୍ରିଟ୍ ବାସଭବନରେ ସେମାନଙ୍କୁ ପ୍ରବେଶ କରିବାକୁ ଦେଇ ନ ଥିଲେ। କିବରେ ପ୍ରବେଶ କରି ତାଙ୍କୁ ଧରିବା ବା ମାରିବା ପାଇଁ ଏକାଧିକ ଥର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ୟୁକ୍ରେନ୍ ସେନା ତାହାକୁ ବିଫଳ କରିଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ