ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ୩.୦ ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ ହୋଇଛି। ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହୋଇଛି। ଏହି ଅବସରରେ ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ । ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ।
୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% । ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦% । ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% । ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ।