DRDO ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ବାଲେଶ୍ୱରରେ NIA ଟିମ୍

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଡିଆରଡିଓ ତଥ୍ୟ ଲିକ୍ ଘଟଣା । ବାଲେଶ୍ୱରରେ ପହଞ୍ଚିଲେ ଏନଆଇଏ ଟିମ୍ । ଡିଆରଡିଓ ତଥ୍ୟ ଲିକ୍ ନେଇ ୫ କର୍ମଚାରୀ ଗିରଫ ଘଟଣାର ଅଧିକ ତଦନ୍ତ କରିବ ଏନଆଇଏର ୨ ଜଣିଆ ଟିମ୍। ବାଲେଶ୍ୱର ଏସପିଙ୍କ କାର୍ୟ୍ୟାଳୟରେ ପହଞ୍ଚି ଅଧିକ ତଥ୍ୟ ସଂଗ୍ରହ କରିଛି ଏନଆଇଏ । ଏବେ ଏହି ମାମଲାର ତଦନ୍ତ ଓଡ଼ିଶା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ କରୁଛି । ୫ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ ।

ମାମଲାର ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରା ପାକିସ୍ତାନ ସୁନ୍ଦରୀଙ୍କ ସହ ଅଶ୍ଲୀଳ ଚାଟିଂ କରୁଥିଲା ବୋଲି ଜଣାପଡ଼ିଛି । ବସନ୍ତ ପ୍ରଥମେ ହନିଟ୍ରାପର ଶିକାର ହୋଇ ପରେ ଅନ୍ୟମାନଙ୍କୁ ସାମିଲ କରିଥିଲା । କେମିତି ଯାଉଥିଲା ଗୁପ୍ତତଥ୍ୟ ? ଗୁପ୍ତତଥ୍ୟ ଯୋଗାଣର ପୂରା ନେଟୱର୍କ କଣ ? ମୋଟ ୫ ଅଭିଯୁକ୍ତଙ୍କ ବାଦ ଆଉ କିଏ କିଏ ଏହି ରାକେଟରେ ସାମିଲ ? କାହିଁକି ଶତ୍ରୁଙ୍କ ଟାର୍ଗେଟରେ ତଳିଆ କର୍ମଚାରୀ ? ନେଟୱର୍କ ସମ୍ପର୍କରେ ଅଧିକାରୀ ଜାଣିଥିଲେ କି ନାହିଁ ? ଚାନ୍ଦିପୁର ଡିଆରଡିଓର ଗୁପ୍ତତଥ୍ୟ ଲିକ୍ ମାମଲା ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଏହି ସବୁ ଦିଗକୁ ଗୁରୁତ୍ୱ ଦେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!