Masthead

‘ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛି’

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛି । ଜଣେ ମହିଳା କଂଗ୍ରେସ ଏମପି ଦିଗବିଜୟ ସିଂଙ୍କୁ କହୁ୍ଥିବା ନଜର ଆସିଛି । ଯେଉଁଥିପାଇଁ ଏବେ ଚର୍ଚ୍ଚାରେ ଦିଗବିଜୟ ସିଂ । ମହିଳା ଜଣଙ୍କ ଉପରେ ଦିଗବିଜୟ ସିଂ ରାଗୁଥିବା ମଧ୍ୟ ନଜର ଆସିଛି । ଏକ ଭିଡିଓ କ୍ଲିପ୍‌ରେ ସେ ମହିଳାଙ୍କ ଉପରେ ଅତ୍ୟଧିକ ରାଗିଥିବାର ଅନେକ କଥା କହୁଥିବାର ଦେଖିବାକୁ ମିଳିଥିଲା।

ଏହି ଭାଇରାଲ ଭିଡିଓ ଫେବ୍ରୁଆରୀ ୨୧ର ବୋଲି ଜଣାପଡିଛି। ଦିଗ୍‌ବିଜୟ ସିଂ ଗ୍ବାଲିଅର ସହରର ଏକ ଘରୋଇ ହୋଟେଲରେ କଂଗ୍ରେସ କର୍ମୀଙ୍କୁ ଭେଟିଥିଲେ। ସେ କଂଗ୍ରେସର ଭିଣ୍ଡ ଜିଲା ସଭାପତି ମାନସିଂହ କୁଶୱାଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍‌ ଜଣେ ମହିଳା ଦିଗ୍‌ବିଜୟ ସିଂ ଆଡକୁ ଯାଉଥିବାର ନଜର ଆସିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଥିବା କହିଥିଲେ। ଦିଗ୍‌ବିଜୟଙ୍କ ସୁରକ୍ଷା କର୍ମୀ ମହିଳାଙ୍କୁ ଅଟକାଇଥିଲେ।

ଏହି ସମୟରେ ଦିଗ୍‌ବିଜୟ ରାଗି ତାଙ୍କୁ ବାହାରକୁ ନିଅ, ଏହି ମହିଳା ପାଗଳ ହୋଇଯାଇଛନ୍ତି ବୋଲି କହିଥିଲେ । ମହିଳାଙ୍କ ନାମ ଡକ୍ଟର ଲୀନା ଶର୍ମା। ସେ ଗ୍ବାଲିଅରର ବୋଲି ଜଣାପଡିଛି। ସେ ନିଜକୁ ଜାତୀୟ କିଷାନ କଂଗ୍ରେସ ଫୋରମର ଜାତୀୟ ସଭାପତି ବୋଲି କହିଛନ୍ତି। ଲୀନା କହିଛନ୍ତି ମୁଁ ଦିଗ୍‌ବିଜୟ ସିଂଙ୍କ ପାଇଁ ଏକ ଛୋଟ ପିଲା ପର । କିନ୍ତୁ ସୁରକ୍ଷାକର୍ମୀମାନେ ମୋତେ ହଇରାଣ କରୁଛନ୍ତି। ରଜା ସାହେବ ମୋର ଆଦର୍ଶ ଏବଂ ମୁଁ ତାଙ୍କ ଆଶୀର୍ବାଦ ସବୁବେଳେ ପାଇଛି। ମୁଁ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଚାହୁଁଛି । ସେଥିପାଇଁ ମୁଁ ଚାହେଁ ଯେ ଯଦି ମୁଁ ବାରମ୍ବାର ସାରଙ୍କ ନଜରକୁ ଆସେ, ତେବେ ଟିକେଟ ନିଶ୍ଚିତ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା