ପୁଣି ଦେଖିବାକୁ ମିଳିଲା ପବନଦୀପ ଓ ଅରୁଣିତାଙ୍କର ଯୁଗଳବନ୍ଦୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅନେକ ଦିନ ହେବ ଟେଲିଭିଜନ ଜଗତର ପପୁଲାର ସୋ’ ଇଣ୍ଡିଆନ ଆଇଡଲ ବେଶ୍ ଚର୍ଚ୍ଚାରେ ରହିଥିଲା । ସୋ’ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହାର ପ୍ରତିଯୋଗୀ ହୁଅନ୍ତୁ କି ଜର୍ଜ ସମସ୍ତଙ୍କୁ ନେଇ ବେଶ୍ ଆଲୋଚନା ହେଉଥିଲା । ଖାସ କରି ସୋ’ର ବିଜେତା ପବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲଙ୍କ ଯୋଡି କାଫି ଟ୍ରେଣ୍ଡ କରୁଥିଲା ସୋସିଆଲ ମିଡିଆରେ । ଦୁହିଁଙ୍କ ମିଠା ସ୍ୱରକୁ ବେଶ୍ ଭଲ ପାଉଥିଲେ ଦର୍ଶକ । ସେଥିପାଇଁ ସୋ’ ସରିବା ପରେ ମଧ୍ୟ ଦୁହେଁ ପୁଣି ଫେରିଛନ୍ତି ଦର୍ଶକଙ୍କ ନିକଟକୁ । ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ନିଜ ମିଠା ସ୍ୱରରେ ।

ନିକଟରେ ରିଲିଜ ହୋଇଛି ପବନଦୀପ ଓ ଅରୁଣିତାଙ୍କର ନିୟ୍ୟୁ ସଙ୍ଗ୍ ‘ଓ ସୟୋନି’ । ହିମେଶ କେ ଦିଲ ସେ ଆଲବମର ଏହି ସଙ୍ଗଟି ହିମେଶ ରେଶମିଆଁଙ୍କ ଦ୍ୱାରା ଲିଖିତ ଓ ରଚନା କରାଯାଇଛି । ଏଥି ସହିତ ଗୀତଟି ରିଲିଜ ହେବା ମାତ୍ରେ ଏହା ଏକ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ଗୀତରେ ପବନଦୀପ ଓ ଅରୁଣିତାଙ୍କର ଯୁଗଳବନ୍ଦୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ରୋମାଣ୍ଟିକ୍ ଗୀତକୁ ଦର୍ଶକ ଉପଭୋଗ କରିବା ସହ ଏହା ସୁପରହିଟ ବୋଲି କହିଛନ୍ତି ଅନେକ ସଙ୍ଗୀତପ୍ରେମୀ । କହିବାକୁଗଲେ ଗୀତଟି ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୧୦ଲକ୍ଷରୁ ଅଧିକ ଭ୍ୟୁଜ୍ ହାସଲ କରିଛି । ଖାସକରି ଗୀତରେ ଉଭୟଙ୍କ କେମେଷ୍ଟ୍ରି ଲୋକମାନଙ୍କର ହୃଦୟ ଜିଣିଛି ।

ପୂର୍ବରୁ ମଧ୍ୟ ହିମେଶଙ୍କର ଏହି ଆଲବମ୍ ପାଇଁ ଗୀତ ଗାଇ ସାରିଛନ୍ତି ପବନଦୀପ । ତେରି ଉମିଦ୍, ତେରେ ବଗେର୍ ଭଳି କିଛି ରୋମାଣ୍ଟିକ୍ ଗୀତରେ ପବନଦୀପଙ୍କର ମିଠା ସ୍ୱର ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଛି । ବର୍ତ୍ତମାନ ତାଙ୍କ ନିୟ୍ୟୁ ସଙ୍ଗ ମଧ୍ୟ ଟ୍ରେଣ୍ଡ୍ କରୁଛି ସୋସିଆଲ ମିଡିଆରେ । ତେବେ ଇଣ୍ଡିଆନ ଆଇଡଲ ସିଜିନ-୧୨ରେ କାଫି ପପୁଲାର ହୋଇଥିଲେ ପବନଦିପ ଓ ଅରୁଣିତା । ଦୁହିଁଙ୍କ ଗୀତ ସୋ’ର ଜର୍ଜ ମାନଙ୍କ ଠାରୁ ଆରମ୍ଭ କରି ସୋ’କୁ ଆସୁଥିବା ସବୁ ଗେଷ୍ଟ ମାନେ ବେଶ୍ ଭଲ ପାଉଥିଲେ । ଇଣ୍ଡିଆନ ଆଇଡଲର ଟ୍ରଫି ଜିତିସାରିବା ପରେ ଦୁହିଁଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ବଢି ଯାଇଥିଲେ । ଆଗକୁ ମଧ୍ୟ ଏହି ଯୋଡି ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରିବେ ବୋଲି ଆଶା ରଖିଛନ୍ତି ତାଙ୍କ ଫ୍ୟାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ