Before Header

ବାତ୍ୟା କାହିଁକି ଓ କିପରି ହୁଏ ଜାଣନ୍ତୁ

0 251

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ବାତ୍ୟା ପ୍ରକୋପରେ ସନ୍ତୁଳିତ ହେଉଛି ଓଡ଼ିଶା । ୨୬ରେ ବାଲେଶ୍ୱରରେ ବାତ୍ୟା ୟାଶ ଲ୍ୟାଣ୍ଡଫଲ କରିବ ବୋଲି ପାଣିପ୍ଧଜ୍ଞ ବିଭଗା ପୂର୍ବାନୁମାନ କରିଛି । ତେବେ ଏହା ଅଗରୁ ଆମେ ଜାଣିବା ଉଚିତ ଯେ, କିଛିବର୍ଷ ହେବ ବାତ୍ୟା କାହିଁକି ହେଉଛି? କିପରି ଘୂର୍ଣ୍ଣିବଳୟ ଗଠନ ହୋଇଥାଏ? ତେବେ ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂ ହିଁ ଏଥିପାଇଁ ବିଶେଷ ଭାବରେ ଦାୟୀ । ଆମେ ଜାଣିଛେ ଘୂର୍ଣ୍ଣିବଳୟ ସମୁଦ୍ରର ଉପରିଭାଗରେ ହିଁ ସଂଗଠିତ ହୋଇଥାଏ ଓ ସମୁଦ୍ରରେ ହିଁ ଭୟଙ୍କର ରୂପ ନେଇଥାଏ । ଏହା ଆମେ ସମସ୍ତେ ଲକ୍ଷ୍ୟ କରିଛେ ଯେ, ପୃଥିବୀ ଗୋଲାର୍ଦ୍ଧର ମଝି ଭାଗରେ ଥିବା ମହାସାଗର ମାନଙ୍କରେ ହିଁ ବାତ୍ୟା ସୃଷ୍ଟି ହୋଇଥାଏ । ଏହାର କାରଣ ହେଉଛି, ଯେଉଁସ୍ଥାନରେ ସୂର୍ଯ୍ୟଙ୍କ କିରଣ ସିଧାସଳଖ ପଡ଼ିଥାଏ ସେହି ସ୍ଥାନରେ ହିଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ । ସମୁଦ୍ରର ଆଦ୍ରବାୟୁ ଉତ୍ତପ୍ତ ହୋଇ ବାଷ୍ପରେ ପରିଣତ ହୋଇ ଉପରକୁ ଉଠିଥାଏ । ଯେଉଁ କାରଣରୁ ସେହି ସ୍ଥାନରେ ଲୋ-ପ୍ରେସର ସୃଷ୍ଟି ହୁଏ ।

ପରେ ଲୋ-ପ୍ରେସର ସୃଷ୍ଟି ହୋଇଥିବା ସ୍ଥାନରେ ଚତୁଃପାଶ୍ୱର୍ର ଆଦ୍ର ବାୟୁ ଆସି ଶୂନ୍ୟସ୍ଥାନ ପୂରଣ କରିଥାଏ । ଆଉ ବାଷ୍ପୀଭୂତ ହୋଇ ଉପରକୁ ଚାଲିଯାଇଥିବା ବାୟୁ ଜଳକଣା ଆକାରରେ ବାଦଲ ହୋଇ ଭାସି ବୁଲେ । ଯାହା କି ଘୂର୍ଣ୍ଣିବଳୟକୁ ବଢ଼ାଇ ବାତ୍ୟାର ରୂପ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ବାଷ୍ପୀଭୂତ ବାୟୁ ଉପରକୁ ଯାଇ ଲେଟେଟ ହିଟ କ୍ଷରଣ କରିଥାନ୍ତି । ଯାହା ଦ୍ୱାରା ଲୋ-ପ୍ରେସର ହୋଇଥିବା ସ୍ଥାନ ଆହୁରି ଅଧିକ ଗରମ ହୋଇ ସେହି ସ୍ଥାନରେ ଲୋ-ପ୍ରେସର ବୃଦ୍ଧି ପାଇଥାଏ । ତେଣୁ ସମୁଦ୍ରପୃଷ୍ଠରେ ଥିବା ଆଦ୍ରବାୟୁ ଆସି ସେହି ସ୍ଥାନରେ ଜମା ହୋଇଥାଏ । ଆଦ୍ରବାୟୁ ପୁଣି ବାଷ୍ପରେ ପରିଣତ ହୋଇ ଉପରକୁ ଉଠିଥାଏ । ଆଉ ଏହି ପ୍ରକ୍ରିୟା ଗଭୀର ସମୁଦ୍ରରେ ଜାରି ରହିଥାଏ । ଯାହାଦ୍ୱାରା ଧୀରେ ଧୀରେ ଘୂର୍ଣ୍ଣିବଳୟ ଭୟଙ୍କର ବାତ୍ୟାରେ ପରିଣତ ହୋଇଥାଏ । ଏହା ଏତେ ବଡ଼ ଥାଏ ଯେ, ଏହାର ବ୍ୟାସ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ ।

ତେବେ ଏଠାରେ ପ୍ରଶ୍ନ ଉଠେ ବାତ୍ୟା ଗୋଲ ଗୋଲ କାହିଁକି ବୁଲିଥାଏ? ଆମେ ଜାଣିଛେ ପୃଥିବୀ ଦିନକୁ ଥରେ ଏହାର ଏହାର କକ୍ଷ ଚାରିପଟେ ବୁଲିଥାଏ । ଏହି କାରଣରୁ ଲୋ-ପ୍ରେସର ଥିବା ସ୍ଥାନକୁ ବାୟୁ ଗୁଡ଼ିକ ସିଧାସଳଖ ନଆସି ବୁଲି ବୁଲି ଆସନ୍ତି । ଯାହାଦ୍ୱାରା ବାତ୍ୟା ଗୋଲ ଗୋଲ ବୁଲିଥାଏ । ସେହିପରି ଗଭୀର ସମୁଦ୍ରରେ ଭୟଙ୍କର ରୂପ ନେଇ ସ୍ଥଳ ଭାଗକୁ ଆସିବା କ୍ଷଣି ବାତ୍ୟା ଦୁର୍ବଳ ହୋଇଥାଏ । ଏହାର କାରଣ ହେଉଛି ସମୁଦ୍ରପୃଷ୍ଠରେ ଥିବା ବାୟୁ ଆଦ୍ର ରହିଥାଏ । ଯାହାକି ବାତ୍ୟାକୁ ବିଶାଳ ରୂପରେ ପରିଣତ କରିଥାଏ । କିନ୍ତୁ ସ୍ଥଳ ଭାଗକୁ ଆସିବା କ୍ଷଣି ଲୋ-ପ୍ରେସରକୁ ଆଉ ଆଦ୍ର ବାୟୁ ମିଳି ନଥାଏ । ଏହା ଧୀରେ ଧୀରେ ଦୁର୍ବଳ ହୋଇ ଯାଇଥାଏ । କିନ୍ତୁ ଦୁର୍ବଳ ହେବା ବେଳକୁ ଅନେକ ତାଣ୍ଡବ ରଚି ସାରିଥାଏ ଏହି ବାତ୍ୟା ।

Leave A Reply

Your email address will not be published.