Masthead

କ’ଣ କଲେ ମିଥୁନଙ୍କ ପୁଅ ଓ ସ୍ତ୍ରୀ, ପୋଲିସ ଲଗାଇଛି ସାଘାଂତିକ ଦଫା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକାଶ ଚକ୍ରବର୍ତ୍ତୀ ଏବେ ଅଢୁଆରେ । କେବଳ ସେ ନୁହଁନ୍ତି ତାଙ୍କ ମାଆ ଯୋଗିତା ବାଲି ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ଏହି ମା-ପୁଅଙ୍କ ବିରୋଧରେ ମୁମ୍ବାଇର ଓସିୱାରା ଥାନାରେ ବଳାତ୍କାର ଓ ଗର୍ଭପାତ ମାମଲା ରୁଜୁ ହୋଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ଅଭିନେତ୍ରୀ ତଥା ମଡେଲ ଏହି ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ତାଙ୍କ ଏଫ୍ଆଇଆରରେ ଲେଖିଛନ୍ତି ସେ(ପୀଡିତା) ଏବଂ ମହାକାଶଙ୍କ ମଧ୍ୟରେ ପ୍ରେମ ଗଡିଉଠିଥିଲା । ୨୦୧୫ରୁ ସେମାନଙ୍କ ମଧ୍ୟରେ ଗଢିଉଠିଥିଲା ସମ୍ପର୍କ । ପରେ, ମହାକାଶ ପୀଡିତାଙ୍କୁ ଘରକୁ ଡାକି ଏକ ମୃଦୁ ପାନୀୟରେ ଔଷଧ ଦେଇଥିଲେ। ଏହି ସମୟରେ ମହାକାଶ ବିନା ଅନୁମତିରେ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ପରେ ଅନେକ ଥର ସେ ପୀଡ଼ିତାଙ୍କୁ ବିବାହ ବିଷୟରେ କହିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ମହାକାଶ ।
ଏଫ୍ଆଇଆରରେ ଦର୍ଶାଯାଇଛି ମହାକାଶ ଚକ୍ରବର୍ତ୍ତୀ ପୀଡିତାଙ୍କ ସହିତ ପ୍ରାୟ ୪ବର୍ଷ ପର୍ୟ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ପୀଡିତା ଗର୍ଭବତୀ ହୋଇଥିଲେ, ମହାକାଶ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ । ମାତ୍ର ପୀଡିତା ରାଜି ହୋଇନଥିଲେ । ପରେ ମହାକାଶ ଚତୁରତାର ସହିତ ପୀଡ଼ିତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ଅନ୍ୟପକ୍ଷରେ ପୀଡିତା କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା ଔଷଧ ଗର୍ଭପାତ ବୋଲି ସେ ଜାଣି ନଥିଲେ।

ମହାକାଶଙ୍କ ମାଆ ଯୋଗିତା ବାଲି ପୀଡ଼ିତାଙ୍କୁ ଧମକ ଦେବା ସହ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି । ମହାକାଶ ଏବଂ ଯୋଗିତା ବାଲିଙ୍କ ବିରୋଧରେ ପୋଲିସ ୪୧୭ ୫୦୬, ୩୧୩, ୩୭୬ (୨), ୩୨୮, ୩୪ ଧାରାରେ ମାମଲା ରୁଜୁ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ