Masthead

ଜଳବନ୍ଦୀ ଘେରରେ ୭୦ ପରିବାର

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷାରେ ରାସ୍ତାରେ ଜମି ରହିଛି ଆଣ୍ଠୁଏ ଆଣ୍ଠୁଏ ବର୍ଷା ପାଣି । ଯାହା ଫଳରେ ୭୦ ପରିବାର ଏବେ ଜଳବନ୍ଦୀରେ । ଗାଁ ଭିତରେ ଆଣ୍ଠୁଏ ଆଉ ଜଙ୍ଘିଏ ପାଣିରେ କରୁଛନ୍ତି ଯାତାୟତ। ବର୍ଷା ଜଳ ତିଆରି କରିଛି ଏଠି କୃତ୍ରିମ ବନ୍ୟା। ୪ ବର୍ଷ ହେଲା ଅଭିଯୋଗ ପରେ ଵି ଜଳ ନିଷ୍କାସନର କୌଣସି ସ୍ଥାୟୀ ସମାଧାନ ନାହିଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ଖୋଦ୍ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଚାନ୍ଦବାଲି ନଳଗୋହିରା ୮ ନମ୍ବର ଓ୍ଵାର୍ଡରେ ଦୀର୍ଘ ବର୍ଷ ଧରି ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକାରୀ ଶୂନ୍ୟ। ରାଜ୍ୟ ସରକାର ବିକାଶର ଡିଣ୍ଡିମ୍ ଡିଣ୍ଡିମ୍ ପିଟୁଥିବା ବେଳେ ବାସ୍ତବରେ ଏହି ଅଞ୍ଚଳ ପାଇଁ କେତେ ବିକାଶ ହୋଇଛି ଏ ଦୃଶ୍ୟ ଦେଖିବା ପରେ ତାହା ସ୍ପଷ୍ଟ ଜଣାପଡୁଛି। ତେବେ ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ଶାସନ କରି ଆସୁଥିବା ବେଳେ ଆଜି ବି ଅବହେଳିତ ହୋଇ ରହିଯାଇଛି ଏହି ଗ୍ରାମପଞ୍ଚାୟତ।

ଏଠି ବିଭିନ୍ନ ପ୍ରକାର ସମସ୍ୟା ଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ୮ ନଂ ୱାର୍ଡ଼ର ଏହି ଯାତାୟତ ରାସ୍ତା । ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜର ବ୍ୟବସ୍ଥା ନଥିବା କାରଣରୁ ପ୍ରତିବର୍ଷ ବର୍ଷା ହେଲେ ଏଠି ଗାଁ ଦାଣ୍ଡରେ ପାଣି ଲହଡ଼ି ମାରୁଛି। ଏ ସମ୍ପର୍କରେ ପୂର୍ବରୁ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ଜନପ୍ରତିନିଧି ମାନଙ୍କୁ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ହୋଇ ପାରିଲା ନାହିଁ ଏହାର ସ୍ଥାୟୀ ସମାଧାନ।

ତେବେ ନିଜ ଅଞ୍ଚଳର ବିକାଶ ପାଇଁ ସବୁବେଳେ ଚିନ୍ତା କରୁଥିବା ଚାନ୍ଦବାଲିର ବିଧାୟକ କେଉଁଥି ପାଇଁ ନଳଗୋହିରା ଗ୍ରାମର ଏହି ଛୋଟିଆ ବିକାଶ ଦୀର୍ଘ ବର୍ଷ ରାଜନୈତିକ ଭିତରେ କରି ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆଗାମୀ ଦିନରେ ପାଣି ନିଷ୍କାସନ ପାଇଁ ଯଦି କୌଣସି ବ୍ୟବସ୍ତା କରା ନଯାଏ ତାହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ