Before Header

ଚାଲିଥିଲା ବିବାହ, ମାଡ଼ି ଆସିଲା କାଳ..ନେଲା ୧୦୦ ଜୀବନ

0 102

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିବାହ ଉତ୍ସବରେ ୧୦୦ ଜୀବନ୍ତ ଦଗ୍ଧ । ୧୫୦ ଆହତ । ଇରାକ ନିନେଭେହ ପ୍ରୋଭିନ୍ସର ହାମଦାନିୟା ଜିଲ୍ଲାରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଦହନଶୀଳ ସାମଗ୍ରୀ ଥିବାରୁ ଭୟାନକ ସ୍ଥିତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ । ଉଦ୍ଧାରକାରୀ ଟିମ୍ ପକ୍ଷରୁ ବିବାହ ମଣ୍ଡପରୁ ମୃତଦେହ ବାହାର କରାଯାଉଛି ।

ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଇଛି । ବାଣ ନିଆଁ ପଡ଼ି ବିବାହ ମଣ୍ଡପ ସମ୍ପୂର୍ଣ୍ଣ ପୋଡି ଯାଇଥିଲା ଅନୁମାନ କରାଯାଉଛି । ତେବେ ବାଣ ନିଆଁ ପଡ଼ିବାବେଳେ ଲୋକେ ବାହାରକୁ ବାହାରି ପାରିନଥିଲେ । ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲର ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅଗ୍ନିକାଣ୍ଡରେ ବର ଓ କନ୍ୟା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.