ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସତ୍ୟନଗର ତୋଷାଳି ଭବନରେ ଘଟିଛି ଅଘଟଣ। ତୋଷାଳି ଭବନର ତଳ ମହଲାରେ ଲାଗିଛି ନିଆଁ।ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିଯାଇଛି। ଘଟଣାସ୍ଥଳରେ ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ ପାଇଁ ପହଞ୍ଚି ଉଦ୍ୟମ କରିଛି। ଅଘଟଣସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ନିୟୋଜିତ ହୋଇଛନ୍ତି। ତେବେ କେଉଁ କାରଣ ନିଆଁ ଲାଗିଛି ଜଣାପଡିନାହିଁ।

ସର୍ଟ ସର୍କିଟ୍ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗୁରୁବାର ସକାଳ ସମୟରେ ତୋଷାଳି ଭବନର ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡ ରୁମ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ଅଫିସରେ ଥିବା କର୍ମଚାରୀମାନେ ବାହାରକୁ ଚାଲିଆସିଥିଲେ। ଅଗ୍ନିକାଣ୍ଡ ନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ କଳ୍ପନା ଅଗ୍ନିଶମର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଝରକା କାଚ ଭାଙ୍ଗି ଭିତରକୁ ପାଣି ମାଡ଼ କରିଥିଲେ। ତେବେ ନିଆଁ ବ୍ୟାପିବା ପୂର୍ବରୁ ତାକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ କାରଣ ଜଣାପଡିନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।
