Masthead

ମଧ୍ୟପ୍ରଦେଶରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ରୋଗୀଙ୍କ ମୃତ୍ୟୁ

ପାଟନା(ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଉଛି ଡେଲଟା ପ୍ଲସ ଭାରିଆଣ୍ଟ । ମଧ୍ୟପ୍ରଦେଶରେ ଜଣେ ଡେଲଟା ପ୍ଲସ ଭାରିଆଣ୍ଟ ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ ଏନେଇ ଭୟ ନକରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି ଜଣେ ମହିଳା । ସେ ଉଜ୍ଜୟିନି ଜିଲ୍ଲାର ବାସିନ୍ଦା ଥିଲେ । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ତାଙ୍କ ମୃତ୍ୟୁପରେ ନମୁନା ପରୀକ୍ଷା ରିପୋର୍ଟ ଆସିଛି ଏବଂ ସେ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାଯାଇଛି। ତାଙ୍କ ସହିତ ଅନ୍ୟ ୧୪ଜଣଙ୍କର ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା।

ସେଥିମଧ୍ୟରୁ ଉକ୍ତ ମହିଳା ଓ ଅନ୍ୟ ଚାରିଜଣ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଇତିମଧ୍ୟରେ ସେହି ଚାରିଜଣ ସୁସ୍ଥ ହୋଇସାରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଡେଲଟା ପ୍ଲସ୍‍ ଭାରିଆଣ୍ଟକୁ ଚିନ୍ତାଜନକ ବୋଲି କହିସାରିଛନ୍ତି। ରାଜ୍ୟ ସରକାରମାନେ ଏହାକୁ ଗୁରୁତ୍ୱର ସହିତ ନେଇ ଆବଶ୍ୟକ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ସଂପ୍ରତି ଦେଶରେ ଦିଆଯାଉଥିବା ଟିକା କ୍ଷେତ୍ରରେ ନିଷ୍କ୍ରିୟ ହେଉଛି କି ନାହିଁ ତାହା ଜାଣିବାକୁ ଏକ ଅଧ୍ୟୟନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ