Masthead

ମଧ୍ୟପ୍ରଦେଶରେ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ରୋଗୀଙ୍କ ମୃତ୍ୟୁ

ପାଟନା(ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଉଛି ଡେଲଟା ପ୍ଲସ ଭାରିଆଣ୍ଟ । ମଧ୍ୟପ୍ରଦେଶରେ ଜଣେ ଡେଲଟା ପ୍ଲସ ଭାରିଆଣ୍ଟ ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ ଏନେଇ ଭୟ ନକରିବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି ଜଣେ ମହିଳା । ସେ ଉଜ୍ଜୟିନି ଜିଲ୍ଲାର ବାସିନ୍ଦା ଥିଲେ । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ତାଙ୍କ ମୃତ୍ୟୁପରେ ନମୁନା ପରୀକ୍ଷା ରିପୋର୍ଟ ଆସିଛି ଏବଂ ସେ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାଯାଇଛି। ତାଙ୍କ ସହିତ ଅନ୍ୟ ୧୪ଜଣଙ୍କର ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା।

ସେଥିମଧ୍ୟରୁ ଉକ୍ତ ମହିଳା ଓ ଅନ୍ୟ ଚାରିଜଣ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଇତିମଧ୍ୟରେ ସେହି ଚାରିଜଣ ସୁସ୍ଥ ହୋଇସାରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଡେଲଟା ପ୍ଲସ୍‍ ଭାରିଆଣ୍ଟକୁ ଚିନ୍ତାଜନକ ବୋଲି କହିସାରିଛନ୍ତି। ରାଜ୍ୟ ସରକାରମାନେ ଏହାକୁ ଗୁରୁତ୍ୱର ସହିତ ନେଇ ଆବଶ୍ୟକ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ସଂପ୍ରତି ଦେଶରେ ଦିଆଯାଉଥିବା ଟିକା କ୍ଷେତ୍ରରେ ନିଷ୍କ୍ରିୟ ହେଉଛି କି ନାହିଁ ତାହା ଜାଣିବାକୁ ଏକ ଅଧ୍ୟୟନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ