Masthead

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି । ରବିବାର ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାର୍ଶ୍ୱର ଅର୍ଥାତ୍ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍‌ୱେକୁ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ୧୨ଟି ଗେଟ୍ ଖୋଲାଯିବ।

ବାମ ପାର୍ଶ୍ୱରୁ ୮ଟି, ଡାହଣ ପାର୍ଶ୍ୱରୁ ୪ଟି ଗେଟ୍ ଖୋଲାଯିବ। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୦୮.୩୧ ଫୁଟ୍‌ ଛୁଇଁଥିବା ଜଣାପଡିଛି । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଜଳଭଣ୍ଡାରରେ ଦ୍ରୁତଗତିରେ ବନ୍ୟାଜଳ ଭର୍ତ୍ତି ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷରୁ ଅଧିକ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ପର୍ୟ୍ୟାୟକ୍ରମେ ୧୨ ଟି ଗେଟ୍ ଖୋଲାଯିବ । ସକାଳୁ ସାଇରନ ବଜାଇ ପ୍ରଥମେ ସତର୍କ କରାଯାଇଥିଲା ।

ଉପର ମୁଣ୍ଡରେ ବର୍ଷା ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା । ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଜଳଭଣ୍ଡାରର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୦ ହଜାର ୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ