ଭାଇଙ୍କୁ ଡରି ପାର୍ଟି ଅଫିସରେ ରାତି କାଟିଲେ ଶର୍ମିଲା ରେଡ୍ଡି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶର୍ମିଲାଙ୍କୁ ଘାରିଲା ନିଜ ଭାଇ ଡର । ପାର୍ଟି କାର୍ଯ୍ୟାଳୟରେ କାଟିଲେ ରାତି । ବେରୋଜଗାରି ତଥା ଛାତ୍ରଙ୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଥିବା ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡିଙ୍କୁ ଘାରିଛି ନିଜ ଭାଇଙ୍କ ଭୟ। ନିଜ ଭାଇ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଦ୍ୱାରା ଗୃହବନ୍ଦୀ ହେବା ଭୟରେ ସେ ପାର୍ଟି କାର୍ଯ୍ୟାଳୟରେ ରାତି କାଟିଛନ୍ତି।

ରାଜ୍ୟରେ ବେରୋଜଗାରି ସଂଖ୍ୟା ବଢ଼ି ଚାଲିଥିବା ବେଳେ ଛାତ୍ରଙ୍କ ସମସ୍ୟାର ସମାଧାନ ହେଉନି। ଏହା ପ୍ରତିବାଦରେ କଂଗ୍ରେସ ରାଜ୍ୟରେ ଜଗନମୋହନ ସରକାର ବିରୋଧରେ ବିକ୍ଷୋଭ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଆନ୍ଧ୍ର କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡି ଆଜି ‘ସଚିବାଳୟ ଚାଲ’ ଡାକରା ଦେଇଛନ୍ତି। ବିଜୟୱାଡାରୁ ଶହ ଶହ ସମର୍ଥକଙ୍କ ସହ ସେ ଏହି ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଆଉ ତାଙ୍କୁ ଭୟ ଥିଲା ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ତାଙ୍କ ଭାଇ ଜଗନ ମୋହନ ରେଡ୍ଡୀ ଶର୍ମିଳାଙ୍କୁ ଗୃହବନ୍ଦୀ କରିଦେବେ । ସେହି ଆଶଙ୍କାକୁ ନେଇ ଗତକାଲି ରାତିରେ ନିଜ ବାସଭବନକୁ ନଯାଇ କଂଗ୍ରେସ ଭବନରେ ରାତିଯାପନ କରିଛନ୍ତି । କଂଗ୍ରେସ ଭବନ ସ୍ଥିତ ନିଜ କାର୍ଯ୍ୟାଳୟରେ ଗଦି ବିଛାଇ ଶୋଇଥିବାର ଶର୍ମିଳାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!