Before Header

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ

0 74

(ବଡ଼ ଖବର ବ୍ୟୁରୋ):  ବିଜେଡିରେ ସାମିଲ ହେଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡିର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା , ବରୀ ବିଧାୟିକା, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ତେବେ ସୂଚନା ଥାଉକି , ଗତ ୨୦ ତାରିଖରେ ବିଶ୍ୱରଞ୍ଜନ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସୀନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଶ୍ୱରଞ୍ଜନ କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ନୂଆ ପୁରୁଣାର ଭେଦଭାବ ରହିଛି । ତେଣୁ ବିଜେପି ଛାଡି ସେ ବିଜେଡିରେ ମିଶିଛନ୍ତି ବୋଲି ବିଶ୍ୱରଞ୍ଜନ କହିଛନ୍ତି ।

Leave A Reply

Your email address will not be published.