Masthead

ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ଯଜ୍ଞଶ୍ୱର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ ): ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଯଜ୍ଞଶ୍ୱର । ବଲାଙ୍ଗିର ବିଧାୟକ ପ୍ରାର୍ଥୀ ନିର୍ବାଚନୀ କାର୍ଯ୍ୟାଳୟଠାରେ ଅୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଯଜ୍ଞ ବାବୁ । ସାଂସଦ ସଙ୍ଗୀତା ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଦେଢ ଶହ ପୁରୁଣା ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ଦଳରେ ସାମିଲ ହୋଇଛନ୍ତି ଯଜ୍ଞ । ଦଳରେ ଯୋଗ ଦେବା ପରେ ବିଜେଡି ଦଳ ଉପରେ ବର୍ଷିବା ସହ ଦଳ ଏବେ ବିଶୃଙ୍ଖଳିତ ହେବାରେ ଲାଗିଛି ।

ଏପରିକି ବିଜେଡି ବୁଡି ଯାଉଥିବା ଡଙ୍ଗା ବୋଲି କହିଛନ୍ତି ଯଜ୍ଞଶ୍ୱର । ଗତ ମାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଚିନିକଳ ଚଳାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ହେଲେ ଏବେ ଆକସ୍ମିକ ଭାବେ ବିଜେପି ଦଳରେ ଯୋଗ ଦେବା ସମସ୍ତଙ୍କୁ ଚକିତ କରିଛି । ତେବେ ଅତୀତରେ ସାଂସଦ ସଂଗୀତା ସହଯୋଗ କରିଥିବା ବେଳେ ଆଗାମୀ ଦିନରେ ଚିନି କଳ ଉପରେ ସହାୟତା କରିବେ ବୋଲି ଆଶା ରଖିଛନ୍ତି ଯଜ୍ଞଶ୍ୱେର । ସେପଟେ ଦଳରେ ସ୍ୱାଗତ୍ କରିବା ସହ ଯଜ୍ଞଶ୍ୱର ଅନୁଭବି ନେତା ବୋଲି କହିଛନ୍ତି ସାଂସଦ ସଂଗୀତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ