ଟିକା ନେବାକୁ କହିବାରୁ ଡାକ୍ତରଙ୍କୁ ସାପ ଦେଖାଇଲେ ମହିଳା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିକା ନେବାକୁ କହିବାରୁ ଡାକ୍ତରଙ୍କୁ ସାପ ଦେଖାଇଲେ ମହିଳା। ଯେତେବେଳେ କରୋନା ମହାମାରୀରେ ଶହଶହ ଲୋକଙ୍କ ଜୀବନ ଯାଉଛି। ଏହାକୁ  ରୋକିବାକୁ ସରକାର ମାଗଣାରେ ଟିକାକରଣ ପ୍ରକ୍ରିୟା ଜାରି ରଖିଛନ୍ତି। ସେତିକି ବେଳେ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। କିଛି ଲୋକ ଟିକା ନନେବା ପାଇଁ ମନା କରିଛନ୍ତି । ସେମାନଙ୍କୁ ଟିକା ନେବାକୁ କହିବାରୁ ଡାକ୍ତରୀ ଦଳକୁ  ସାପ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି। ରାଜସ୍ଥାନର ଅଜମେର ଜିଲ୍ଲାରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଲୋକଙ୍କୁ କରୋନା ଟୀକାକରଣ ପାଇଁ ମେଡିକାଲ ବିଭାଗ ଦ୍ୱାରା ଏକ ଅଭିଯାନ କରାଯାଇଥିଲା ସେଠାରେ । ଡାକ୍ତାରୀ ଟିମ୍ ଘର ଘର ବୁଲି ଲୋକଙ୍କୁ ଟୀକାକରଣ କରାଉଥିଲେ। ଯେତେବେଳେ ଡାକ୍ତରୀ ବିଭାଗର ଟିମ୍ ଉକ୍ତ ଜିଲ୍ଲାର ପିସଙ୍ଗାନ ସବଡିଭିଜନ୍ ଅଞ୍ଚଳର ନାଗେଲାଭ ଗ୍ରାମର ଏକ ବସ୍ତିରେ ପହଞ୍ଚିଥିଲେ, ସେତେବେଳେ ଜଣେ ମହିଳା ଟିକା ନେବାକୁ ମନା କରିବା ସହ ଡାକ୍ତରୀ ଟିମକୁ  ସାପ ଦେଖାଇ ଭୟଭୀତ କରିଥିଲେ।

ଡାକ୍ତରୀ ଟିମଙ୍କ କହିବା ଅନୁସାରେ,ରାଜସ୍ଥାନର ଅଜମେର ଜିଲ୍ଲାରେ ଟୀକାକରଣର ୧୦୦ ପ୍ରତିଶତ ହାସଲ କରିବା ଲକ୍ଷ୍ୟରେ ଟୀକାକରଣ ଅଭିଯାନ ଚାଲିଥିଲା। ତେବେ ଏପରି ଘଟଣା ଘଟିବା ପରେ ନାଗେଲାଭ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ସେଠାରେ ଯାଇ ପହଞ୍ଚିଥିଲେ। ମହିଳାଙ୍କୁ ବହୁ ବୁଝାସୁଝା ପରେ ମହିଳା ଜଣକ ଟିକା ନେବାକୁ ରାଜି ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ