Masthead

ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ

ଗଞ୍ଜାମ/କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ। କେନ୍ଦୁଝରରେ ୨ ଓ ଗଞ୍ଜାମରେ ୨ଜଣଙ୍କ ମୃତ୍ୟୁ । କେନ୍ଦୁଝର ଘସିପୁରା ରାଧିକାଦେଇପୁରରେ ୨ ମୃତ ।  ଶୋଇଥିବା ବେଳେ ମାଆ ଓ ପୁଅଙ୍କୁ କାମୁଡ଼ିଥିଲା ସାପ । ଘଷିପୁରାର ଜେମାମଣୀ ଓ ୧୦ବର୍ଷିୟ ପୁଅ ଗଣେଶ ରାତିରେ ଖାଇସାରି ଘରେ ଶୋଇଥିଲେ । ରାତି ୧ଟା ସମୟରେ ଉଭୟ ହଠାତ୍ ଗୁରୁତର ହୋଇପଡିବାରୁ ସ୍ବାମୀ ସୁନିଲ ଉଭୟଙ୍କୁ ନିକଟସ୍ଥ କେଶଦୂରପାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଡାକ୍ତର ଆନନ୍ଦପୁର ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । ହେଲେ ଆମ୍ବୁଲାନ୍ସ ନମିଳିବାରୁ ବିଳମ୍ବରେ ଏକ ପ୍ରାଇଭେଟ୍ କାର ଭଡାକରି ଉଭୟଙ୍କୁ ଆନନ୍ଦପୁର ମେଡିକାଲ ପହଁଞ୍ଚାଇଥିଲେ । ତେବେ ଆନନ୍ଦପୁର ମେଡ଼ିକାଲରେ ପହଁଞ୍ଚିବା ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ମା’ର ମୃ୍ତ୍ୟୁ ହୋଇଛି । ସେହିପରି  ଗଞ୍ଜାମରେ ସାପ କାମୁଡ଼ାରେ ମାଇଁ ଓ ଭାଣିଜୀ ମୃତ । ଗଞ୍ଜାମ ଜରଡା ଥାନା ପାତ୍ରପୁର ବ୍ଲକ ବିଲୁ ଗାଁର ଘଟଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ