Masthead

ଆସାମ ସିଏମଙ୍କ ବଦଳିଲା ଟ୍ୱିଟର ବାୟୋ, ଇଣ୍ଡିଆ ବଦଳରେ ରଖିଲେ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପରିବର୍ତ୍ତନ ହେଲା ୟୁପିଏର ନାଁ । ନୂଆ ପରିଚୟ ପାଇଲା ବିରୋଧୀଙ୍କ ମେଂଟ । ଇଣ୍ଡିଆ ନାଁରେ ମିଳିଲା ସହମତି । ବେଙ୍ଗାଳୁରୁରେ ୨୬ ରାଜନୈତିକ ଦଳର ମିଳିତ ବୈଠକରେ ନିଆଯାଇଛି ଏହି ନିଷ୍ପତି । ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ମେଣ୍ଟର ନା ବଦଳିବା ପରେ ଏବେ ଜୋର ଧରିଛି ରାଜନୀତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବ୍ରିଟିଶ ଶାସକ ଆମର ନାଁ ଇଣ୍ଡିଆ ରଖିଥିଲେ । ଆମ ପୂର୍ବଜମାନେ ଦେଶ ପାଇଁ ଲଢିଥିଲେ । ଆଉ ଆମେ ଦେଶ ପାଇଁ କାମ କରିବା ଉଚିତ୍ ।

ଖାଲି ସେତିକି ନୁହେଁ ହିମନ୍ତ ବିଶ୍ୱଶର୍ମା ତାଙ୍କ ଟ୍ୱିଟର ବାୟୋକୁ ଚେଞ୍ଜ କରି ଚିଫ୍ ମିନିଷ୍ଟର ଆସାମ, ଇଣ୍ଡିଆ ବଦଳରେ ଚିଫ୍ ମିନିଷ୍ଟର ଆସାମ, ଭାରତ ବୋଲି ଲେଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଏହାକୁ ଠିକ୍ ବୋଲି ଗ୍ରହଣ କରିଛି । ଇଣ୍ଡିଆକୁ ବିଦେଶରେ ଲଗାତର ବଦନାମ କରି ଚାଲିଥିବା ବିରୋଧୀ ଦଳମାନେ ଏବେ ଇଣ୍ଡିଆ ନାଁର ସାହାର ନେବାକୁ ଚାହୁଁଛନ୍ତି । ଏହାର ଜବାବରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ବିରୋଧୀ ଦଳ ମେଣ୍ଟର ନାଁକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଏବାବଦରେ ବିଭ୍ରାନ୍ତ ସୃଷ୍ଟି କରୁଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ