Masthead

ଆସାମ ସିଏମଙ୍କ ବଦଳିଲା ଟ୍ୱିଟର ବାୟୋ, ଇଣ୍ଡିଆ ବଦଳରେ ରଖିଲେ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପରିବର୍ତ୍ତନ ହେଲା ୟୁପିଏର ନାଁ । ନୂଆ ପରିଚୟ ପାଇଲା ବିରୋଧୀଙ୍କ ମେଂଟ । ଇଣ୍ଡିଆ ନାଁରେ ମିଳିଲା ସହମତି । ବେଙ୍ଗାଳୁରୁରେ ୨୬ ରାଜନୈତିକ ଦଳର ମିଳିତ ବୈଠକରେ ନିଆଯାଇଛି ଏହି ନିଷ୍ପତି । ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ମେଣ୍ଟର ନା ବଦଳିବା ପରେ ଏବେ ଜୋର ଧରିଛି ରାଜନୀତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ବ୍ରିଟିଶ ଶାସକ ଆମର ନାଁ ଇଣ୍ଡିଆ ରଖିଥିଲେ । ଆମ ପୂର୍ବଜମାନେ ଦେଶ ପାଇଁ ଲଢିଥିଲେ । ଆଉ ଆମେ ଦେଶ ପାଇଁ କାମ କରିବା ଉଚିତ୍ ।

ଖାଲି ସେତିକି ନୁହେଁ ହିମନ୍ତ ବିଶ୍ୱଶର୍ମା ତାଙ୍କ ଟ୍ୱିଟର ବାୟୋକୁ ଚେଞ୍ଜ କରି ଚିଫ୍ ମିନିଷ୍ଟର ଆସାମ, ଇଣ୍ଡିଆ ବଦଳରେ ଚିଫ୍ ମିନିଷ୍ଟର ଆସାମ, ଭାରତ ବୋଲି ଲେଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଏହାକୁ ଠିକ୍ ବୋଲି ଗ୍ରହଣ କରିଛି । ଇଣ୍ଡିଆକୁ ବିଦେଶରେ ଲଗାତର ବଦନାମ କରି ଚାଲିଥିବା ବିରୋଧୀ ଦଳମାନେ ଏବେ ଇଣ୍ଡିଆ ନାଁର ସାହାର ନେବାକୁ ଚାହୁଁଛନ୍ତି । ଏହାର ଜବାବରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ବିରୋଧୀ ଦଳ ମେଣ୍ଟର ନାଁକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଏବାବଦରେ ବିଭ୍ରାନ୍ତ ସୃଷ୍ଟି କରୁଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’