Masthead

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଦବଙ୍ଗଗିରି

ବାଲିଆପାଳ (ବଡ଼ ଖବର ବ୍ୟୁରୋ) ପଞ୍ଚାୟତ ସମିତି ବୈଠକରେ ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଦବଙ୍ଗଗିରି । ଜିଲ୍ଲାପରିଷଦ ନିଜ ଚେୟାର ରୁ ଉଠିଆସି ପ୍ରଶାସନ ଠାରେ ନିଜ ପକ୍ଷ ରଖୁଥିବା ସମିତି ସଭ୍ୟଙ୍କୁ ଠେଲାପେଲା ଆକ୍ରମଣ କଲେ। ପରେ ରଣକ୍ଷେତ୍ର ପାଲଟିଗଲା ବୈଠକ ପରିଷର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ। ଗତକାଲି ଓଡ଼ିଶା ସରକାରଙ୍କ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ ପାଇଁ ସ୍ବତନ୍ତ୍ର ବୈଠକ ଡକାଯାଇଥିଲା।

ତେବେ ବୈଠକରେ ୨୮ ପଞ୍ଚାୟତରୁ ସମସ୍ତ ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ। କୌଣସି ଏକ କାରଣ ନେଇ ଜଗତିପୁର ସମିତି ସଭ୍ୟ ମଞ୍ଚପାଖକୁ ଯାଇ ନିଜର ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ମଞ୍ଚ ଉପରେ ବସିଥିବା ବିଜେଡି ଜିଲ୍ଲାପରିଷଦ ନିଶାକର ସେଠୀ ହଠାତ୍ ଚେୟାରରୁ ଉଠିଆସି ସଦସ୍ୟଙ୍କୁ ଠେଲାପେଲା କରିଥିଲେ।ଫଳରେ ସେଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରଣକ୍ଷେତ୍ର ପାଲଟିଥିଲା। ତେବେ ଏଠାରେ ସୂଚନାଯୋଗ୍ୟ ପଞ୍ଚାୟତ ସମିତି ବୈଠକରେ ଜିଲ୍ଲା ପରିଷଦ ମାନେ ହେଉଛନ୍ତି ସମ୍ମାନୀତ ଅତିଥି।

ସେମାନେ ବୈଠକରେ ଉପସ୍ଥିତ ରହିବେ ମତାମତ ଦେଇପାରିବେ କିନ୍ତୁ ବୈଠକରେ ହସ୍ତକ୍ଷେପ କରିପାରିବେନି। ତେବେ ବିଜେଡି ଜିଲ୍ଲାପରିଷଦ ନିଶାକର ସେଠୀ ନିୟମର ବ୍ୟତିକ୍ରମ କରି ଗୃହର ଜଣେ ସଦସ୍ୟ ଉପରକୁ ହାତ ଉଠାଇବା କେତେଦୂର୍ ଠିକ୍? ଏହା ବିଜେଡିର ସୁଚିନ୍ତିତ ପ୍ଲାନ୍ ନୁହେଁତ? ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପ୍ରକଳ୍ପକୁ ପଞ୍ଚାୟତ ସମିତି ବୈଠକରେ ପାସ୍ ନକରେଇଦେବା ପାଇଁ ଚକ୍ରାନ୍ତ ନୁହେଁ ତ? ବୁଦ୍ଧିଜୀବୀ ମହଲରେ ଏନେଇ ଉଠୁଛି ପ୍ରଶ୍ନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ