Masthead

‘ନେହେରୁଙ୍କ ସାଙ୍ଗିଆ ବ୍ୟବହାର କରିବାକୁ ଭୟ କରୁଛନ୍ତି ଗାନ୍ଧି ପରିବାର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ କଂଗ୍ରେସ ଓ ବିରୋଧୀଙ୍କ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅଣନାତି ହେଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନେହେରୁଙ୍କ ଭଳି ଏତେବଡ ପରିବାରର ଦାୟାଦ ହୋଇ ରାହୁଲ ନିଜ ନାମ ପଛରେ ନେହେରୁ ସାଙ୍ଗିଆ ବ୍ୟବହାର କରିବାକୁ କାହିଁକି ଭୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଗାନ୍ଧୀ-ନେହରୁଙ୍କ ନାଁରେ ୬୦୦ ସରକାରୀ ଯୋଜନା ରହିଛି ।

କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାଁ ଉଲ୍ଲେଖ ନହେଲେ, କିଛି ଲୋକଙ୍କ ରକ୍ତ ଗରମ ହୋଇଯାଇଥାଏ । ଯଦି ନେହରୁ ଏତେ ମହାନ ବ୍ୟକ୍ତି ଥିଲେ, ତେବେ କାହିଁକି ସେମାନଙ୍କ ମଧ୍ୟରୁ କେହିବି ‘ନେହରୁ’ ସାଙ୍ଗିଆ ବ୍ୟବହାର କରନ୍ତି ନାହିଁ । ସରକାରୀ ଯୋଜନାରେ ନେହେରୁଙ୍କ ନାମ ବାଦ୍ ପଡିବା କାରଣରୁ କଂଗ୍ରେସ ଓ ଗାନ୍ଧୀ ପରିବାର କ୍ଷୁବ୍ଧ ହେଉଛି। ଅଥଚ ଗାନ୍ଧି ପରିବାର ସଦସ୍ୟମାନେ ନେହେରୁ ସାଙ୍ଗିଆକୁ ନିଜ ନାମ ପଛରେ ବ୍ୟବହାର କରୁ ନାହାନ୍ତି।

ଏହି ସାଙ୍ଗିଆ ବ୍ୟବହାର କରିବାକୁ ସେମାନେ ଭୟ କରୁଛନ୍ତି। ମୋଦୀ କହିଛନ୍ତି ଯେ ଭାରତ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ସମ୍ପତ୍ତି ନୁହେଁ। ମୋଦୀଙ୍କ ଭାଷଣ ସମୟରେ ବିରୋଧୀ ସଦସ୍ୟମାନେ ‘ମୋଦୀ ଆଦାନି ଭାଇ ଭାଇ’ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନ ଭିତରେ ମୋଦୀ ତାଙ୍କ ଭାଷଣ ଜାରି ରଖିଥିଲେ। ଆଦାନି-ହିଡେନବର୍ଗ ବିବାଦର ଜେପିସି ତଦନ୍ତ ଦାବିରେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ରାଜ୍ୟସଭାକୁ ବାରମ୍ବାର ମୁଲତବୀ ରଖାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା