Masthead

ପ୍ରକୃତିର ତାଣ୍ଡବଲୀଳା, ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୧ ହଜାରରେ ପହଞ୍ଚିଲାଣି। ପ୍ରକୃତି ରଚିଥିବା ବିନାଶ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭାଙ୍ଗି ଯାଇଥିବା ବିଲ୍ଡିଂର ଆବର୍ଜନାରୁ ବାହାରିବାରେ ଲାଗିଛି ମୃତଦେହ । ଭଗ୍ନାବଶେଷ ତଳେ ୧ ଲକ୍ଷ ୮୦ ହଜାରରୁ ଅଧିକ ତଳେ ଚାପି ହୋଇ ରହିଥିବା କୁହାଯାଉଛି । ସେପଟେ ୨ କୋଟିରୁ ଅଧିକ ଲୋକ ପ୍ରଭାବିତ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଶଙ୍କା କରିଛି । ତୁର୍କୀରେ ସ୍ଥିତି ଏବେ ବି ସଂଗୀନ ରହିଛି ।

ଭୂମିକମ୍ପ ହେବାର ୭୨ ଘଣ୍ଟା ବିତିଯାଇଥିବାରୁ ଧ୍ୱଂସସ୍ତୁପ ତଳୁ ଜୀବିତ ଲୋକଙ୍କ ସନ୍ଧାନ ମିଳିବା ସମ୍ଭାବନା କମି କମି ଆସୁଛି । ତଥାପି ଉଦ୍ଧାରକାରୀମାନେ ଧ୍ୱଂସସ୍ତୁପ ଖୋଜିବାରେ ଲାଗିଛନ୍ତି । ତୁର୍କୀରେ ସ୍ଥିତି ଏତେ ମୃତଦେହ ପଡ଼ିରହଛି ଯେ ହସପିଟାଲ ଗୁଡ଼ିକର ପାର୍କିଂ ସ୍ଥାନଗୁଡ଼ିକରେ ଶବଗୁଡ଼ିକୁ ରଖାଯାଇଛି । ସେପଟେ ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ବିଶ୍ୱର ପ୍ରାୟ ୭୦ଟି ଦେଶ ସାହାଯ୍ୟ କରିବାକୁ ଆସିଛନ୍ତି । ‘ଅପରେସନ୍ ଦୋସ୍ତ’ ଅଧୀନରେ ତୁର୍କୀକୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଉଛି । ଭାରତ ସରକାର ତୁର୍କୀକୁ ଏନଡିଆରଏସ୍ ଟିମ, ଡାକ୍ତରୀ ଦଳ, ଖାଦ୍ୟ ଓ ଔଷଧ ସାମଗ୍ରୀ ପଠାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ