Masthead

ପ୍ରକୃତିର ତାଣ୍ଡବଲୀଳା, ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୧ ହଜାରରେ ପହଞ୍ଚିଲାଣି। ପ୍ରକୃତି ରଚିଥିବା ବିନାଶ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଭାଙ୍ଗି ଯାଇଥିବା ବିଲ୍ଡିଂର ଆବର୍ଜନାରୁ ବାହାରିବାରେ ଲାଗିଛି ମୃତଦେହ । ଭଗ୍ନାବଶେଷ ତଳେ ୧ ଲକ୍ଷ ୮୦ ହଜାରରୁ ଅଧିକ ତଳେ ଚାପି ହୋଇ ରହିଥିବା କୁହାଯାଉଛି । ସେପଟେ ୨ କୋଟିରୁ ଅଧିକ ଲୋକ ପ୍ରଭାବିତ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଶଙ୍କା କରିଛି । ତୁର୍କୀରେ ସ୍ଥିତି ଏବେ ବି ସଂଗୀନ ରହିଛି ।

ଭୂମିକମ୍ପ ହେବାର ୭୨ ଘଣ୍ଟା ବିତିଯାଇଥିବାରୁ ଧ୍ୱଂସସ୍ତୁପ ତଳୁ ଜୀବିତ ଲୋକଙ୍କ ସନ୍ଧାନ ମିଳିବା ସମ୍ଭାବନା କମି କମି ଆସୁଛି । ତଥାପି ଉଦ୍ଧାରକାରୀମାନେ ଧ୍ୱଂସସ୍ତୁପ ଖୋଜିବାରେ ଲାଗିଛନ୍ତି । ତୁର୍କୀରେ ସ୍ଥିତି ଏତେ ମୃତଦେହ ପଡ଼ିରହଛି ଯେ ହସପିଟାଲ ଗୁଡ଼ିକର ପାର୍କିଂ ସ୍ଥାନଗୁଡ଼ିକରେ ଶବଗୁଡ଼ିକୁ ରଖାଯାଇଛି । ସେପଟେ ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂମିକମ୍ପ ପରେ ବିଶ୍ୱର ପ୍ରାୟ ୭୦ଟି ଦେଶ ସାହାଯ୍ୟ କରିବାକୁ ଆସିଛନ୍ତି । ‘ଅପରେସନ୍ ଦୋସ୍ତ’ ଅଧୀନରେ ତୁର୍କୀକୁ ମଧ୍ୟ ଭାରତ ସହାୟତା ଯୋଗାଇ ଦେଉଛି । ଭାରତ ସରକାର ତୁର୍କୀକୁ ଏନଡିଆରଏସ୍ ଟିମ, ଡାକ୍ତରୀ ଦଳ, ଖାଦ୍ୟ ଓ ଔଷଧ ସାମଗ୍ରୀ ପଠାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’