Masthead

ଆଜି ବିରାଜିବେ ବିଘ୍ନ ବିନାଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିରାଜିବେ ବିଘ୍ନରାଜ । ଅଗ୍ରପୂଜ୍ୟଙ୍କ ଆରାଧନା ସହ ଆସିଛି ପାର୍ବଣ। ଗଣେଶ ପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇଛି । ସକାଳୁ ସକାଳୁ ବିଭିନ୍ନ ପୂଜା କମିଟି, ଶିକ୍ଷାନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ସହର ବଜାର ସବୁ କିଛି ଚଳଚଞ୍ଚଳ ହୋଇଛି । ଗାଁଠୁ ସହର ସବୁଆଡ଼େ ଉତ୍ସବମୁଖର ପରିବେଶ । ପୂଜା କମିଟି ଗୁଡ଼ିକ ବିଭିନ୍ନ ପ୍ରକାର ଡିଜାଇନରେ ଗଜାନନଙ୍କ ମୂର୍ତ୍ତି କରିଛନ୍ତି । ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଖୋର୍ଦ୍ଧା ଜିଲ୍ଲା ଜଟଣି । ଜଟଣିରେ ବେଶ୍ ଜାକଜକମର ସହିତ ହୋଇଥାଏ ଗଣେଶ ପୂଜା । ଏଥର ବି ଜଟଣିର ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମୂର୍ତ୍ତି କରାଯାଇଛି । ସାଜସଜ୍ଜା ବି ଆଖି ଝଲସିଲା ଭଳି ।

ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା ପିଲାମାନେ ଖଡ଼ି ଛୁଇଁଥାନ୍ତି । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ରାଜ୍ୟର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ରାଜଧାନୀରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳନ ହେଉଛି । ବଡ଼ଗଡ, ନୟାପଲ୍ଲୀ ଭଳି ବିଭିନ୍ନ ସ୍ଥାନରେ ଧୁମଧାମରେ ପୂଜା ହେଉଛି। ସେହିପରି ଓଡିଶା ପ୍ରସିଦ୍ଧ ଜଟଣୀରେ ମଧ୍ୟ ଏଥର ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା । ଗଣେଶ ପୂଜା ପାଇଁ ଖୋର୍ଦ୍ଧା ଜିଲ୍ଲା ଜଟଣୀର ରହିଛି ଏକ ସ୍ବତନ୍ତ୍ର ପରିଚିତି। ବିଶାଳ ତୋରଣ, ବିରାଟ ମଣ୍ଡପରେ ଶୋଭା ପାଇଥାନ୍ତି ବିଘ୍ନେଶ୍ବରଙ୍କ ମୂର୍ତ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି