Masthead

ଗାଙ୍ଗୁଲିଙ୍କୁ ଟକ୍କର ଦେବେ ଜୟ ଶାହା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗାଙ୍ଗୁଲିଙ୍କୁ ଟକ୍କର ଦେବେ ଜୟ ଶାହା । ୨୪ ଡିସେମ୍ବରରେ ଅହମ୍ମଦାବାଦରେ ବିସିସିଆର ବାର୍ଷିକ ସାଧାରଣ ସଭା ଅନୁଷ୍ଟିତ ହେବ । ଏହା ପୂର୍ବରୁ ଆଜି ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିସିସିଆଇର ନିର୍ବାଚନ ବୋର୍ଡ ସଦସ୍ୟମାନେ ଅଂଶଗ୍ରହଣ କରିବେ । ଏହି ମ୍ୟାଚରେ ସୌରଭ ଗାଙ୍ଗୁଲି ଏବଂ ବିସିସିଆଇ ସଚିବ ଜୟ ଶାହାଙ୍କ ଦଳ ମୁହାଁମୁହିଁ ହେବେ । ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ମୋଟେରା ଷ୍ଟାଡିୟମରେ ଫେବୃଆରୀରୁ ଇଂଲଣ୍ଡ ବିପକ୍ଷରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଅନୁଷ୍ଟିତ ହେବ । ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟର ଏହା ତୃତୀୟ ମ୍ୟାଚ ଅଟେ ।

ଏକ ଲକ୍ଷ ୧୦ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ମୋଟେରା ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ । ଦିବାରାତ୍ର ଟେଷ୍ଟ ପରେ ଅହମ୍ମଦାବାଦରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ ମଧ୍ୟ ଖେଳାଯିବ । ଏହି ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୁରୁବାର ହେବାକୁ ଥିବା ବାର୍ଷିକ ସାଧାରଣ ସଭାରେ ଦୁଇଟି ଆଇପିଏଲ ଫ୍ରାଞ୍ଚାଇଜ୍ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା