ଦୁଇ ମାସ ପାଇଁ ଇଣ୍ଡଷ୍ଟ୍ରିରୁ ବହିଷ୍କୃତ ଗୌହର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଜଣେ ପରେ ଜଣେ କଳାକାର କୋଭିଡ ପଜେଟିଭ ବାହାରୁଥିବା ବେଳେ ବେଫିକର ହୋଇ ରହୁଛନ୍ତି ଅଭିନେତା ଅଭିନେତ୍ରୀ ମାନେ । ବଲିଉଡର ଜଣେ ଜଣା ଶୁଣା ଅଭିନେତ୍ରୀଙ୍କ ବିରୋଧରେ ବିଏମସ ଏଫଆଇଆର ଦାଖଲ କରିଛି । କୋଭିଡ ନିୟମ ନମାନିବାରୁ ଅଭିନେତ୍ରୀ ଗୌହର ଖାନ ପଡିଛନ୍ତି ହରଡଘଣାରେ । ଫେଡେରେସନ ଏଫ ଓଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମପ୍ଲୋଇଜ (FWICE) ଗୌହରଙ୍କୁ ଖାନଙ୍କର ଏହି ଦାଇତ୍ୱହୀନତା ପାଇଁ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗୌହରଙ୍କୁ ୨ମାସ ପାଇଁ ଇଣ୍ଡଷ୍ଟ୍ରିରୁ ବହିଷ୍କାର କରିବା ପାଇଁ ନିଷ୍ପତି ନିଆଯାଇଛି । ଅଧକ୍ଷ ବିଏନ୍ ତିୱାରି କହିଛନ୍ତି, କରୋନା ପଜେଟିଭ ହୋଇଥିବା ଜାଣିବା ସତ୍ତେ୍ୱ ଗୌହର ନିୟମ ଉଲ୍ଲଘଂନ କରିବା ଦାଇତ୍ୱ ହୀନତାର ପ୍ରମାଣ ଦେଉଛି । ତାଙ୍କ ଯୋଗୁ ଅନ୍ୟମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । କୋଭିଡ ୧୯ ପ୍ରୋଟକଲକୁ ଫ୍ଲାଟ କରିବା ପାଇଁ ମଡେଲ ତଥା ଅଭିନେତ୍ରୀ ଗୌହର ଖାନଙ୍କ ବିରୋଧରେ ବିଏମସି ଏକ ଏଫଆଇଆର ଦାୟାର କରିଛି । ନିକଟରେ ତାଙ୍କୁ କରୋନା ପଜେଟିଭ ହେବା ନେଇ ରିପୋର୍ଟ ଆସିଥିଲା । ସରକାରୀ ଗାଇଡଲାଇନ ଅନୁଯାୟୀ ତାଙ୍କୁ କ୍ୱାରେନଣ୍ଟାଇନ ରେ ରହିବା କଥା ।

ସେ ଏହାକୁ ନମାନି ଖୋଲା ଖୋଲି ଭାବେ ବାହାରେ ବୁଲୁଥିବାର ନଜର ଆସିଥିଲେ । ବିଏମସି କମିସନର କହିଛନ୍ତି, ଆମ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ପହଞ୍ଚିଥିଲେ । ପ୍ରଥମେ ତାଙ୍କ ସ୍ୱାମୀ ତାଙ୍କୁ ସୂଚନା ଦେଇଥିଲେ ଯେ, ସେ ଘରେ ନାହାଁନ୍ତି । ତେଣୁ ଆମେ ଅଭିଯୋଗ ଦାଖଲ କରିବାକୁ ନିଷ୍ପତି ନେଇଛୁ । ଏନେଇ ବିଏମସି ଏକ ପୋଷ୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛିା ଏଥିରେ ଲେଖା ଅଛି ସହର ସୁରକ୍ଷା ନେଇ ଅଭିନେତ୍ରୀଙ୍କ କୌଣସି ଚିନ୍ତା ନାହିଁ । ନିୟମ ସମସ୍ତଙ୍କ ପାଇଁ ସମାନ । ନାଗରୀକମାନଙ୍କୁ ସମସ୍ତ ନିର୍ଦ୍ଦେଶାବଳୀ ମାନିବାକୁ ହେବ। ଏଥିସହ କୋରୋନା ମୁକ୍ତ କରିବାକୁ ଅନୁରୋଧ କରୁଛୁ ବୋଲି ମଧ୍ୟ ଲେଖାଯାଇଛିା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’