Masthead

ମଙ୍ଗଳରୁ ମିଳିଲା ଗ୍ଲାସିଅର୍ ଅବଶେଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଙ୍ଗଳରୁ ମିଳିଲା ଗ୍ଲାସିଅର୍ ଅବଶେଷ । ଲାଲ୍ ଗ୍ରହରେ ଆଜିବି ଜଳର ରହିଛି ଉପସ୍ଥିତି । ଯେଉଁଠି ମଣିଷ ଦିନେ ଅବତରଣ କରିପାରିବ ବୋଲି ସଦ୍ୟ ଆବିଷ୍କାର ଦର୍ଶାଇଛି । ଏବେ ସେଠାରେ ବରଫ ନାହିଁ । କିନ୍ତୁ ବୈଜ୍ଞାନିକମାନେ ମଙ୍ଗଳର ଭୂମଧ୍ୟରେଖା ଅଞ୍ଚଳ ନିକଟରେ ଜମା ହୋଇଥିବା ଅନ୍ୟ ଖଣିଜ ସହିତ ଗ୍ଲାସିଅରର ଅବଶେଷ ଠାବ କରିଛନ୍ତି । ଗ୍ଲାସିଅରର ଲମ୍ବା ୬କିମି ଓ ଚଉଡ଼ା ୪ ମିକି । ଉଚ୍ଚତା ୧.୩ରୁ ୧.୭ କିମି ଥିବା ଅନୁମାନ କରାଯାଉଛି । ଗ୍ରହର ବାସଯୋଗ୍ୟତା ଉପରେ ଅଧିକ ତଥ୍ୟ ଦେବାରେ ଏହା ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି ।

ସେଠାରେ ଜମା ହୋଇଥିବା ଖଣିଜରେ ସାଧାରଣତଃ ହାଲୁକା ରଙ୍ଗର ସଲଫେଟ ଲବଣ ଥାଏ । ବୈଜ୍ଞାନିକମାନେ ସେହି ସ୍ଥାନକୁ ନିକଟରୁ ଦେଖିବା ପରେ ଏକ ଗ୍ଲାସିଅର୍ ବୈଶିଷ୍ଟ୍ୟ ଚିହ୍ନଟ କରିଛନ୍ତି । ଏଥିସହ ଏକ ଗତିଶୀଳ ଗ୍ଲାସିଅର ଦ୍ୱାରା ରହିଯାଇଥିବା ଅବଶେଷ ମଧ୍ୟ ଠାବ କଲେ । ଯାହାକୁ ମୋରେନ୍ସ କୁହାଯାଏ । ବୈଜ୍ଞାନିକମାନେ ଗ୍ଲାସିଅର ଭୀତରେ ସୃଷ୍ଟି ହେଉଥିବ ଗଭୀର ୱେଜ ଆକୃତିର ସ୍ଥାନ ଚିହ୍ନଟ କରିଛନ୍ତି । ଏହାକୁ କ୍ରିଭେସ୍ ଫିଲ୍ଡ କୁହାଯାଏ । ଟେକ୍ସାସର ଉଡଲ୍ୟାଣ୍ଡରେ ଅନୁଷ୍ଠିତ ୫୪ତମ ଲୁନାର ଆଣ୍ଡ ପ୍ଲାନେଟାରୀ ସାଇନ୍ସ କନଫରେନ୍ସରେ ବୈଜ୍ଞାନିକମାନେ ଏହି ତଥ୍ୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ