Before Header

ନାକଟିଦେଉଳରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ

0 135

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ):ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏହି ମେଳାକୁ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର ଉଦଘାଟନ କରିଥିଲେ । ଏହି ବିଜ୍ଞାନ ମେଳାରେ ବ୍ଲକର ୧୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୧୯୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସିନିୟର ବିଭାଗରେ ୪୮, ଜୁନିୟର ବିଭାଗରେ ୬୫ ଏବଂ ସବଜୁନିୟର ବିଭାଗରେ ୮୪ ଟି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିଲା ।

Leave A Reply

Your email address will not be published.