ନାବାଳକ ଉଦ୍ଧାର

ଚନ୍ଦାହାଣ୍ଡି (ବଡ଼ ଖବର ବ୍ୟୁରୋ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦେଓଵନ୍ଦ ଭତାଝର ଛକପାଖରେ ୧୦ବର୍ଷର ଅପରିଚିତ ମାନସିକ ବିକୃତ ବାଳକ ଏଣେତେଣେ ବୁଲୁଥିଲା । ଏ ସମ୍ପର୍କରେ ଗାଁ ଲୋକମାନେ ସ୍ଥାନୀୟ ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ ।ସେ ସେଠାକୁ ଜାଇ ବାଳକକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ । ପରେ ସନ୍ତୋଷ ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରମାନନ୍ଦ ସୁନାନୀ ଏବଂ ବିଡିଓ ଧର୍ମରାଜ ମାଝୀଙ୍କୁ ଖବର ଦେଇଥିଲେ । ବିଡିଓଙ୍କ ନିର୍ଦ୍ଦେଶରେ ସମାଜ ମଙ୍ଗଳ ଅଧିକାରୀ ପ୍ରକାଶ ଢାଲି ସମାଜସେବୀ ସନ୍ତୋଷଙ୍କ ଘରକୁ ଯାଇ ପିଲାଟିକୁ ଦେଖିଥିଲେ । ପରେ ସେ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମନୀଷ କୁମାର ପୁରୋହିତ ବାଳକର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ବାଳକର ମାନସିକ ଅବସ୍ଥା ଖରାପ ରହିଛି ବୋଲି ଡାକ୍ତର ପୁରୋହିତ କହିଛନ୍ତି । । ବାଳକ କହୁଥିବା ଭାଷା ସ୍ଥାନୀୟ ଅଞ୍ଚଳରେ ବୁଝାପଡୁ ନାହିଁ । ତା’ ସମ୍ପର୍କରେ ବିଶେଷ କିଛି ସୂଚନା ମିଳିପାରୁ ନାହିଁ ।ଏଭଳି ସାହାଯ୍ୟ ପାଇଁ ସମାଜସେବୀ ପ୍ରଶାନ୍ତଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!