Masthead

ରାଜ୍ୟପାଳ କଏଦୀଙ୍କୁ ମୁକ୍ତ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ସିଆରପିସି ଅନୁସାରେ ନିର୍ଦ୍ଧାରିତ ଅପରାଧ ଲାଗି ଅଧିକ ଦଣ୍ଡ ଭୋଗିଥିବା ଦୋଷୀ ସାବ୍ୟସ୍ତଙ୍କ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍‌ ଏ.ଏସ୍.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଦେଇଛନ୍ତି।

୧୪ ବର୍ଷ ଦଣ୍ଡ ଭୋଗିସାରିଥିଲେ କଏଦୀଙ୍କୁ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ଏହି ରାୟ ସହ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ୨୦୨୦ ୧୨ମେରେ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍‌ ଗୁପ୍ତା ଓ ଜଷ୍ଟିସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯଦି କଏଦୀଙ୍କ ବାସ୍ତବିକ ଦଣ୍ଡ ଅବଧି ପୂରଣ ହୋଇ ନଥାଏ ଓ ସେ ୧୪ ବର୍ଷ ଦଣ୍ଡ ଭୋଗିସାରିଲେଣି ଏପରିସ୍ଥିତିରେ ସମ୍ବିଧାନର ଅନୁଚ୍ଛେଦ ୧୬୧ରେ ରାଜ୍ୟପାଳଙ୍କୁ କ୍ଷମା, ଦଣ୍ଡ ରିହାତି, ଦଣ୍ଡ ନିଲମ୍ବିତ କରିବା, କମ କରିବା ଲାଗି ନିବେଦନ କରିପାରିବେ। ଏଥିଲାଗି ରାଜ୍ୟପାଳଙ୍କ କ୍ଷମତା ରହିଛି।

ସେହିପରି ରାଜ୍ୟ ସରକାର ଓ ଏହି ପ୍ରାଧିକରଣ ସିଆରପିସିରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦେଇଥାଏ। ଏଣୁ ରାଜ୍ୟ ସରକାର ଚାହିଁଲେ ଏପରି ବନ୍ଦୀଙ୍କ ଦଣ୍ଡ ହ୍ରାସ, କ୍ଷମା ଏପରିକି ଦଣ୍ଡ ନିଲମ୍ବନ ଲାଗି ଶକ୍ତିର ପ୍ରୟୋଗ କରିପାରିବେ। ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟରେ ୧୩ ଅଗଷ୍ଟ ୨୦୦୮ର ନୀତିକୁ କାୟମ ରଖି ପୂର୍ବରୁ ଥିବା ଆଦେଶର ଅତିକ୍ରମ କରି ନିର୍ଦ୍ଦେଶ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା