Masthead

ରାଜ୍ୟପାଳ କଏଦୀଙ୍କୁ ମୁକ୍ତ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ସିଆରପିସି ଅନୁସାରେ ନିର୍ଦ୍ଧାରିତ ଅପରାଧ ଲାଗି ଅଧିକ ଦଣ୍ଡ ଭୋଗିଥିବା ଦୋଷୀ ସାବ୍ୟସ୍ତଙ୍କ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍‌ ଏ.ଏସ୍.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଦେଇଛନ୍ତି।

୧୪ ବର୍ଷ ଦଣ୍ଡ ଭୋଗିସାରିଥିଲେ କଏଦୀଙ୍କୁ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ଏହି ରାୟ ସହ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ୨୦୨୦ ୧୨ମେରେ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍‌ ଗୁପ୍ତା ଓ ଜଷ୍ଟିସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯଦି କଏଦୀଙ୍କ ବାସ୍ତବିକ ଦଣ୍ଡ ଅବଧି ପୂରଣ ହୋଇ ନଥାଏ ଓ ସେ ୧୪ ବର୍ଷ ଦଣ୍ଡ ଭୋଗିସାରିଲେଣି ଏପରିସ୍ଥିତିରେ ସମ୍ବିଧାନର ଅନୁଚ୍ଛେଦ ୧୬୧ରେ ରାଜ୍ୟପାଳଙ୍କୁ କ୍ଷମା, ଦଣ୍ଡ ରିହାତି, ଦଣ୍ଡ ନିଲମ୍ବିତ କରିବା, କମ କରିବା ଲାଗି ନିବେଦନ କରିପାରିବେ। ଏଥିଲାଗି ରାଜ୍ୟପାଳଙ୍କ କ୍ଷମତା ରହିଛି।

ସେହିପରି ରାଜ୍ୟ ସରକାର ଓ ଏହି ପ୍ରାଧିକରଣ ସିଆରପିସିରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦେଇଥାଏ। ଏଣୁ ରାଜ୍ୟ ସରକାର ଚାହିଁଲେ ଏପରି ବନ୍ଦୀଙ୍କ ଦଣ୍ଡ ହ୍ରାସ, କ୍ଷମା ଏପରିକି ଦଣ୍ଡ ନିଲମ୍ବନ ଲାଗି ଶକ୍ତିର ପ୍ରୟୋଗ କରିପାରିବେ। ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟରେ ୧୩ ଅଗଷ୍ଟ ୨୦୦୮ର ନୀତିକୁ କାୟମ ରଖି ପୂର୍ବରୁ ଥିବା ଆଦେଶର ଅତିକ୍ରମ କରି ନିର୍ଦ୍ଦେଶ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ