Before Header

ବିଦେଶରେ ଗୃହ ବନ୍ଦୀ ୩୫ରୁ ଉର୍ଦ୍ଧ୍ୱ ଯୁବକ

0 34

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ): ଅଧିକ ପଇସା ରୋଜଗାର କରିବା ଆଶାରେ ବିଦେଶକୁ ଚାକିର କରିବାକୁ ଯାଇ ଫସିଗଲେ ୩୫ରୁ ଉର୍ଦ୍ଧ ଯୁବକ । ଏହି ଯୁବକ ମାନେ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ କେନ୍ଦ୍ରାପଡ଼ାର ରାଜକନିକା ଓ ଆଳି, ରାଜକନିକା କାଟଣାବଣିଆ, ଜୟନଗର, କୋଇଲିପୁର, ଦେଉଳତରା, ତ୍ରଲୋକ୍ୟପୁର ଅଞ୍ଚଳର ଓ ଆଳିର ପୋଡା ମରେଇ ଅଞ୍ଚଳର୩୫ଜଣ ଯୁବକ ବୋଲି ଜଣା ପଡିଛି।

ତେବେ ତିନିମାସ ତଳେ ଜଣେ ଦଲାଲ ମାଧ୍ୟମରେ ଥାଇଲାଣ୍ଡ ଆଟାପଲାଓ ଅଞ୍ଚଳରେ ଏକ ପ୍ଳାଇଉଡ଼ କମ୍ପାନୀରେ କାମ କାରୁଥିଲେ । କିଛିଦିନ ପରେ କମ୍ପାନୀ ସେମାନଙ୍କୁ ଦରମା ଓ ଖାଇବାକୁ ନଦେଇ ହଇରାଣ କରିବା ସହ ମାଡ଼ ମାରୁଥିଲେ ଏହି ଓଡ଼ିଆ ଶ୍ରମିକ ମାନେ ନିଜର ପା୍ସପୋର୍ଟ ମାଗିବା ରୁ ସେମାନଙ୍କର ପା୍ସପୋର୍ଟ କମ୍ପାନୀ କର୍ମଚାରୀ ନେଇଯାଇଥିବା ଏକ ଭିଡିଓ ପଠାଇଛନ୍ତି ଓଡ଼ିଆ ଶ୍ରମିକ ମାନେ । ତେବେ ଯାଜପୁର ଜିଲ୍ଲାର ସିଂହପୁର ଅଞ୍ଚଳର ଓ ଭଦ୍ରକ ଜିଲ୍ଲାର ମତୁ ଅଞ୍ଚଳର କିଛି ଯୁବକ ଥିବା ଜଣାପଡିଛି ।

 

Leave A Reply

Your email address will not be published.