Masthead

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମିଳିବ ଭଡ଼ାରେ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ମିଳିବ ଭଡ଼ାରେ । ଏନେଇ ପାକିସ୍ତାନ ସରକାର ନିଜେ ଅନୁମତି ଦେଇଛନ୍ତି। ଦେଶରେ ଆର୍ଥିକ ସଙ୍କଟର ଘୋର ଅଭାବ ରହିଥିବା ବେଳେ ରାଜସ୍ୱ ବୃଦ୍ଧି କରିବାକୁ ଯାଇ ପାକିସ୍ତାନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଆର୍ଥିକ ସମସ୍ୟା ବଡ଼ ଚ୍ୟାଲେଞ୍ଜ ରହିଛି। ଏହାର ପୁନରୁଦ୍ଧାର କରିବା ପାଇଁ ସେ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ଗତ ତିନିବର୍ଷ ମଧ୍ୟରେ ପାକିସ୍ତାନର ଅର୍ଥନୀତି ୧୯ ବିଲିୟନ ଡଲାରରେ ହ୍ରାସ ପାଇଛି।

ଏହି ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବାସଭବନକୁ ଭଡା ଦେବାକୁ ଯୋଜନା କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରଥମେ ୨୦୧୯ରେ ଏହି ଘୋଷଣା କରିଥିଲେ। ସେଥିପାଇଁ ସେ ତାଙ୍କ ସରକାରୀ ବାସଭବନକୁ ଖାଲି କରି ଦେଇଥିଲେ। ଏହି ସରକାରୀ ବାସଭବନକୁ କୌଣସି ବିଶ୍ୱବିଦ୍ୟାଳୟକୁ ଭଡ଼ାରେ ଦିଆଯିବ। ହେଲେ କେହି ଭଡ଼ା ନେବାକୁ ଇଚ୍ଛା ପ୍ରକାଶ କରିନଥିବା ସୂଚନା ରହିଛି। ଏହାପରେ ପାକିସ୍ତାନ ସରକାର ଘର ଭଡ଼ା ନିୟମରେ ସଂଶୋଧନ କରିଛନ୍ତି।

ତେଣୁ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ବାହାଘର, ଭୋଜି ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିହେବ ବୋଲି ଭଡ଼ା ନିୟମରେ ଉଲ୍ଲେଖ ରହିଛି। ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ବେଳେ ଯେମିତି ଏହି ସରକାରୀ ବାସଭବନରେ କୌଣସି କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଏଥିପାଇଁ ସରକାର ଦୁଇଟି କମିଟି ଗଠନ କରିଛନ୍ତି। ଯେଉଁମାନେ କି କୌଣସି ଶୃଙ୍ଖଳା ଭାଙ୍ଗିଲେ କିମ୍ଵା ବେଆଇନ କାମ ହେଲେ ଉତ୍ତରଦାୟୀ ରହିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ