Masthead

ପୂର୍ବତନ ବିଧାୟକଙ୍କ ପରିବାର ପାଖରେ ପହଂଚି ପାରୁନି ସରକାରୀ ସୁବିଧା

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଦିନେ ଥିଲେ ବିଧାୟକ । ସତ୍ତାରେ ରହି କରୁଥିଲେ ଲୋକ ସେବା । ହେଲେ ଆଜି ସରକାରୀ ସହାୟତାରୁ ବଂଚିତ ତାଙ୍କ ପରିବାର ଲୋକେ । ମୁଣ୍ଡ ଗୁଂଜିବା ପାଇଁ ପକ୍କା ଘରଟିଏ ବି ନାହିଁ । ନାଁ ବାଇଧର ସିଂ । ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଥିଲେ ପୂର୍ବତନ ବିଧାୟକ । କ୍ଷମତାରେ ଥାଇ ଲୋକଙ୍କ ସେବା କରିଥିଲେ । ହେଲେ ଆଜି ଦୁର୍ଦ୍ଦିନରେ ପରିବାର । ମୁଣ୍ଡ ଉପରେ ପକ୍କା ଛାତଟିଏ ନାହିଁ । ବର୍ଷା ହେଲେ ଦୁଆରେ ଗଦା ହେଉଛି ପାଣି ।

୧୯୬୧ରୁ ୧୯୬୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ଜିତି ବିଧାୟକ ହୋଇଥିଲେ ବାଇଧର ସିଂ । ସେତେବେଳେ ସୁକିନ୍ଦା ବିଧାନସଭା ଆସନ ତହସିଲ ଭୁକ୍ତ ଜାତି ମାନଙ୍କ ପାଇଁ ସଂରକ୍ଷିତ ରହିଥିଲା । ଶିକ୍ଷାଗତ ଯୋଗ୍ୟତା କମ ଥାଇ ମଧ୍ୟ ଅନେକ ସାମାଜିକ ସଂଗଠନ ସହିତ ଜଡିତ ରହିବା ସହିତ ସମାଜସେବା କରି ବିଧାୟକ ହୋଇପାରିଥିଲେ । ସେ ୨୦୧୦ ମସିହାରେ ମାର୍ଚ୍ଚ ୮ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ଆଜି କାଲି ଥରେ କୌଣସି ପଦ ପଦବୀ ରେ ରହୁଥିବା ରାଜନେତା ମାନେ ସେମାନଙ୍କ ୭ ପୁରୁଷଙ୍କ କଥା ଚିନ୍ତା କରି ଅନେକ ଧନସଂପତିର ଅଧିକାରୀ ହୋଇଯାଉଛନ୍ତି । କିନ୍ତୁ ବାଇଧର ନିଜ ପାଇଁ କିମ୍ବା ନିଜ ପରିବାର ପାଇଁ କିଛି ବି କରିପାରିନାହାଁନ୍ତି । ପଂଳରେ ଆଜି ତାଙ୍କର ଦୁଇ ପୁଅ ଦୁର୍ଦିନରେ ଦିନ କାଟୁଛନ୍ତି ।ମୁଣ୍ଡ ଗୁଂଜିବା ପାଇଁ ପକ୍କା ଘର ଟିଏ ବି ନାହିଁ । ଚାଳ ଘରେ ସମସ୍ତେ ଦିନ କାଟୁଛନ୍ତି । ପକ୍କା ଘର ପାଇଁ କାମ ଆରମ୍ଭ କରିଛନ୍ତି ସତ କିନ୍ତୁ ଆର୍ଥିକ ଦୁରାବସ୍ଥା ଯୋଗୁଁ ଏହା ସରିପାରିନି । ଏପରିକି ଦାରିଦ୍ୟ ନିରାକରଣ ପାଇଁ ଅନେକ ଯୋଜନା ଚାଲୁଥିବା ବେଳେ ଏ ପର୍ୟ୍ୟନ୍ତ ଏହି ପରିବାରକୁ ଆଜି ପର୍ୟ୍ୟନ୍ତ ରାସନ କାର୍ଡଟିଏ ମଧ୍ୟ ମିଳିନାହିଁ ।
ସୁକିନ୍ଦା ଭଳି ସମୃଦ୍ଧ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକଙ୍କ ପରିବାର ସଦସ୍ୟ ବୋଲି ପରିଚୟ ଦେବାକୁ ସଂକୋଚ କରିଥାନ୍ତି ପରିବାର ଲୋକେ । ସରକାରୀ ଯୋଜନା ଯେତେବେଳେ ପୂର୍ବତନ ବିଧାୟକଙ୍କ ପରିବାର ନିକଟରେ ପହଂଚିପାରୁନି ସେତେବେଳେ ସାଧାରଣ ଲୋକଙ୍କ ନିକଟରେ କେତେ ଦୂର ପହଂଚୁଥିବ ତାହା ସହଜେ ଅନୁମେୟ । ସେପଟେ ଏହି ଘଟଣାକୁ ନେଇ ଆମେ ଦାନଗାଦି ବିଡ଼ିଓଙ୍କୁ ଭେଟିଥିଲୁ । ବିଡ଼ିଓ କହିଛନ୍ତି ତାଙ୍କ ନିକଟକୁ କିଛି ଅଭିଯୋଗ ଆସିନି । ଜଦି ଆସେ ସରକାରୀ ନିୟମ ଅନୁଯାୟୀ ବିଧାୟକଙ୍କ ପରିବାରକୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଏ ଦିଗରେ ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍