Masthead

ଦୁର୍ଗମ ଅଂଚଳର କରୁଣ ଚିତ୍ର, ଖଟିଆରେ ବୁହାହେଲେ ରୋଗୀ

ମୋହନା  (ବଡ଼ ଖବର ବ୍ୟୁରୋ): ରାସ୍ତନଥିବାରୁ ଖଟିଆରେ ବୁହାହେଲେ ରୋଗୀ । ସରକାର ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ନିମନ୍ତେ ଅନେକ ଯୋଜନା କରି ପାଣି ଭଳି କୋଟି କୋଟି ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ସଠିକ୍ ମାର୍ଗରେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା ନଜରକୁ ଆସୁଛି । ଯେପରିକି ଗଜପତି ଜିଲ୍ଲା ମୋହନା ବ୍ଲକର ପାହାଡ଼ିଆ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ଗରଡମା ଗ୍ରାମ ପଞ୍ଚାୟତର ଲିମବାଡ, ତଳ ସାହି, ଉପର ସାହି, ମାତାକୁପା ଓ ନିକେଜୁ । ଲଗାତାର ବର୍ଷାରେ ବନ୍ଧାଗୁଡ଼ା ଠାରୁ ଲିମବାଡ ରାସ୍ତା ସମ୍ପୂର୍ଣ୍ଣ କାଦୁଅ ପଚ ପଚ ହୋଇଥିବା ବେଳେ ନଦୀର ଜଳସ୍ତର ବଢି ଅସ୍ଥାୟୀ ପୋଲ ବି ଭସାଇ ନେଇଯାଇଛି। ଯାହା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଗମନା ଗମନରେ ଅନେକ ବାଧା ସୃଷ୍ଟି ହେଉଛି ।

ଦୈନନ୍ଦିନ କଥା ଛାଡନ୍ତୁ, ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିଲେ ମଧ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବା ମୁସ୍କିଲ ହୋଇପଡିଛି । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ମୋହନାର ହରଭଙ୍ଗି ନଦୀରେ । ଗରଡମା ଗ୍ରାମପଞ୍ଚାୟତ ନିମବାଡ ଗ୍ରାମର ଗାବ୍ରିଲ୍ ଭୂୟାଁଙ୍କ ପତ୍ନୀଙ୍କ ଦୀର୍ଘ ଦଶ ପନ୍ଦର ଦିନ ହେବ ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା କିନ୍ତୁ ଲଗାତାର ବର୍ଷା ଲାଗି ରହିଥିବା ହେତୁ ସେ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସି ପାରୁନଥିଲେ ।

ତେବେ ବର୍ଷା କମିଥିବାରୁ ସେ ଗ୍ରାମ ଲୋକଙ୍କ ସହାୟତାରେ ନିଜ ପତ୍ନୀଙ୍କୁ ଖାଟିଆରେ ବୋହି ନଦୀ ପାର କରିବା ସହ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିଥିଲେ । ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର