Masthead

ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୭ । ହମାସର ଅତର୍କିତ ଆକ୍ରମଣ ଜବାବରେ ଜୋରଦାର ପ୍ରତିଆକ୍ରମଣ ଜାରି ରଖିଛି ଇସ୍ରାଏଲ । ସମଗ୍ର ଗାଜା ଅଞ୍ଚଳ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଲାଣି । ୩୨ ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଜି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ଠିକଣା ଉପରେ ଆକ୍ରମଣ କରିବା ସହ ନିଜ କବଜାକୁ ନେଇଛି ଇସ୍ରାଏଲ । ହମାସ ଆତଙ୍କୀ ମାନେ ମଧ୍ୟ ଇସ୍ରାଏଲ ସେନା ଉପରେ ଆକ୍ରମଣ ଜାରି ରଖିଛନ୍ତି ।

ସେପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧକୁ ରୋକିବାକୁ ଭାରତ ସରକାର ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି ଇରାନ ରାଷ୍ଟ୍ରପତି । ସେପଟେ ଦୁଇ ଭାଗ ହୋଇଛି ଗାଜା । ଇସ୍ରାଏଲ ସେନା ଏହି ଦାବି କରିଛି। ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଭାବେ ଦୁଇ ଭାଗ ହୋଇଛି । ଉତ୍ତର ଗାଜାକୁ ଘେରି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଇସ୍ରାଏଲି ସୈନ୍ୟ। ୧୪ ଲକ୍ଷରୁ ଅଧିକ ଜନବସତିର ଏହି ଅଂଚଳକୁ ଛାଡିବାକୁ ଅଲଟିମେଟମ ଦେଇଥିଲା ଇସ୍ରାଏଲ ସେନା । ଏବେବି ସାଢେ ୩ ଲକ୍ଷ ଲୋକେ ଏହି ଅଂଚଳରେ ରହିଛନ୍ତି। ଆଗାମୀ ୪୮ ଘଣ୍ଟା ଉତ୍ତର ଗାଜା ପାଇଁ ବିପଦର ଘଣ୍ଟି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା