Masthead

ଦେଶର ସବୁଠୁ ଖୁସି ରାଜ୍ୟ: ୩ରେ ଓଡ଼ିଶା, ୧ରେ ହିମାଚଳପ୍ରଦେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହାପି ଷ୍ଟେଟ । ୩ ନମ୍ବରରେ ଓଡ଼ିଶା । ଖୁସି ରହିବାକୁ କିଏ ବା ନ ଚାହେଁ । ଦୁନିଆରେ ସମସ୍ତେ ଚାହାନ୍ତି ଖୁସି ରହିବା ପାଇଁ । ଦେଶର ଶ୍ରେଷ୍ଠ ଖୁସି ରାଜ୍ୟ ଭାବରେ ଓଡ଼ିଶାର ନାଁ ତୃତୀୟରେ ରହିଛି । ଆଉ ଦେଶର ସବୁଠୁ ଖୁସି ଲୋକ ରୁହନ୍ତି ହିମାଚଳପ୍ରଦେଶରେ । ଦ୍ୱିତୀୟରେ ମହାରାଷ୍ଟ୍ର ଏବଂ ଚତୁର୍ଥରେ କେରଳ ରହିଛି । ରିପୋର୍ଟର ଶେଷର ରହିଛି ଉତ୍ତରପ୍ରଦେଶ । ପୂର୍ବ ବର୍ଷ ଓଡ଼ିଶା ଥିଲା ୧୬ ନଂ ରେ । ମାନବସମ୍ବଳ ସଂସ୍ଥା ହ୍ୟାପିପ୍ଲସ କନସଲଟିଂର ପକ୍ଷରୁ ପ୍ରସ୍ତୁତ ହ୍ୟାପିନେସ ସର୍ଭେରୁ ଏହା ଜଣାପଡିଛି । ସକରାତ୍ମକ ପ୍ରଭାବ, ନକାରାତ୍ମକ ପ୍ରଭାବ, ସାମାଜିକ ସହାୟତା, ପସନ୍ଦକୁ ନେଇ ସ୍ୱାଧୀନତା, ଉଦାରତା, ଦୁର୍ନୀତିର ଧାରଣା, ମୁଣ୍ଡପିଛା ନିଟ୍ ରାଜ୍ୟ ଘରୋଇ ଉତ୍ପାଦ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ, ସାକ୍ଷରତା ହାର, ଜନ୍ମ ସମୟରେ ସୁସ୍ଥ ଆୟୁ, ବହୁମୁଖୀ ଦାରିଦ୍ର ସୂଚକାଙ୍କ ଏବଂ ସ୍ୱାସ୍ଥ୍ୟ ସୂଚକାଙ୍କ ପରି ପାରାମିଟର ଉପରେ ଖୁସି ରାଜ୍ୟ ଆଧାରିତ।

ଗତଥର ଅପେକ୍ଷା ୧୩ ସ୍ଥାନ ଡେଇଁ ଟପ୍‌ ୩ରେ ସ୍ଥାନ ହାସଲ ପାଇବାରେ ସଫଳ ହୋଇଛି ଓଡ଼ିଶା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇଛି । ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ମୋଟ ୭ଟି କାଟେଗୋରୀକୁ ନେଇ ଏହି ସର୍ଭେ କରାଯାଇଥିଲା । ନିଜ ପସନ୍ଦ ପାଇଁ ସ୍ୱାଧୀନତା, ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ ।

ବଡ଼ ରାଜ୍ୟ ଗୁଡିକ ମଧ୍ୟରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଥିବା ବେଳେ କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ମିଜୋରାମ ଏବଂ ତ୍ରିପୁରା ଶ୍ରେଷ୍ଠ ୩ ସୁଖମୟ ରାଜ୍ୟ ମାନ୍ୟତା ପାଇଛନ୍ତି ଏବଂ ଅରୁଣାଚଳ ପ୍ରଦେଶ ୮ରେ ରହିଛି । କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲାକ୍ଷାଦୀପ, ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଏବଂ ଦିଲ୍ଲୀ ଶ୍ରେଷ୍ଠ ୩ ସ୍ଥାନରେ ରହିଛି । ଦାଦ୍ରା ଏବଂ ନଗର ହାବେଳି ନିମ୍ନରେ ରହିଛି । ସୂଚନା ଅନୁସାରେ, ବିଶ୍ୱ ଖୁସି ରିପୋର୍ଟ ୨୦୨୩ରେ ଭାରତର ସ୍ଥିତି ୧୩୬ ରୁ ୧୨୬କୁ ଉନ୍ନତ ହୋଇଛି। ସେହିପରି ନେପାଳ, ଚୀନ୍ ଏବଂ ବାଂଲାଦେଶ ପରି ପଡୋଶୀ ଦେଶ ପଛରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ