Masthead

ପାନ ଗଛରେ ପିପଳି ଫଳିବାର ଅଦ୍ଭୁତ ଦୃଶ୍ୟ

ସୋର(ବଡ଼ ଖବର ବ୍ୟୁରୋ): ଆଜିର ଏ କଳି କାଳରେ ଯେପରି ସବୁ ଓଲଟା ଫଳୁଥିବାର ନଜିର ଦେଖିବାକୁ ମିଲୁଥିଲା ବେଳେ ଅସମ୍ଭବ ଘଟଣା ଯେମିତି ସମ୍ଭବ ଘଟୁଛି। ଏପରି ଏକ ନିହାତି ଅସମ୍ଭବ କଥାଟିଏ ଦେଖିବାକୁ ମିଳିଛି ସୋର କେଶରୀ ପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଶରୀ ପୁର ଗ୍ରାମ ପଞ୍ଚାୟତର କେଶରୀ ପୁରଗ୍ରାମରେ ଏକ ଅଜବ ଦୁଶ୍ୟ ଦେଖିବାକୁ ମିଳିଛି, ଯେଉଁଟାକି କେବେ ଦେଖିବାକୁ ମିଳିନଥିଲା ।

ହରିଶ୍ ଚନ୍ଦ୍ର ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତିଙ୍କର ବାଡରେ ଏକ ପାନ ଗଛରେ ପିପଳି ଫଳିଛି । ଯେଉଁଟାକି ଏ କଳିଯୁଗ ପାଇଁ ଏକ ନୁଆ କାହାଣୀ । ଶ୍ରୀ ଖୁଣ୍ଟିଆ ଏବଂ ନିକଟସ୍ଥ ଗ୍ରାମବାସୀ ମାନଙ୍କ ଠାରୁ ପ୍ରକାଶ ଯେ ପାନ ଗଛଟିକୁ ଶ୍ରୀ ଖୁଣ୍ଟିଆ ଦଶ ବର୍ଷ ଆଗରୁ ଲଗାଇଥିଲେ । ପାନର ପତ୍ରକୁ ନିଜେ ସହ ଗ୍ରାମବାସୀଙ୍କୁ ମଧ୍ୟ ଖୁଆନ୍ତି । ଆଜି ସକାଳୁ ଖୁଣ୍ଟିଆ ବାବୁ ତାଙ୍କ ପାନ ଗଛରୁ ପାନ ତୋଳିବା ପାଇଁ ଯାଇ ଦେଖିବାକୁ ପାଇଥିଲେ ଯେ ତାଙ୍କ ପାନ ଗଛରେ ପିପଳି ଫଳି ଥିବାର।ଏହା ଦେଖି ସେ ନିଜେ ଆଶ୍ଚର‌୍ୟ୍ୟ ହୋଇ ଥିଲେ ଏବଂ ଏହି ବିରଳ ଦୃଶ୍ୟ ଦେଖି ନିକଟସ୍ଥ ଗ୍ରାମବାସୀଙ୍କୁ ମଧ୍ୟ ଜଣାଇଥିଲେ । ଏହି ବିରଳ ଦୃଶ୍ୟ ଦେଖି ଗ୍ରାମ ବାସୀମାନଙ୍କ ମଧ୍ୟରେ ଏକ ବିସ୍ମୟ ପ୍ରକାଶ ପାଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’