Masthead

ପାନ ଗଛରେ ପିପଳି ଫଳିବାର ଅଦ୍ଭୁତ ଦୃଶ୍ୟ

ସୋର(ବଡ଼ ଖବର ବ୍ୟୁରୋ): ଆଜିର ଏ କଳି କାଳରେ ଯେପରି ସବୁ ଓଲଟା ଫଳୁଥିବାର ନଜିର ଦେଖିବାକୁ ମିଲୁଥିଲା ବେଳେ ଅସମ୍ଭବ ଘଟଣା ଯେମିତି ସମ୍ଭବ ଘଟୁଛି। ଏପରି ଏକ ନିହାତି ଅସମ୍ଭବ କଥାଟିଏ ଦେଖିବାକୁ ମିଳିଛି ସୋର କେଶରୀ ପୁର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଶରୀ ପୁର ଗ୍ରାମ ପଞ୍ଚାୟତର କେଶରୀ ପୁରଗ୍ରାମରେ ଏକ ଅଜବ ଦୁଶ୍ୟ ଦେଖିବାକୁ ମିଳିଛି, ଯେଉଁଟାକି କେବେ ଦେଖିବାକୁ ମିଳିନଥିଲା ।

ହରିଶ୍ ଚନ୍ଦ୍ର ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତିଙ୍କର ବାଡରେ ଏକ ପାନ ଗଛରେ ପିପଳି ଫଳିଛି । ଯେଉଁଟାକି ଏ କଳିଯୁଗ ପାଇଁ ଏକ ନୁଆ କାହାଣୀ । ଶ୍ରୀ ଖୁଣ୍ଟିଆ ଏବଂ ନିକଟସ୍ଥ ଗ୍ରାମବାସୀ ମାନଙ୍କ ଠାରୁ ପ୍ରକାଶ ଯେ ପାନ ଗଛଟିକୁ ଶ୍ରୀ ଖୁଣ୍ଟିଆ ଦଶ ବର୍ଷ ଆଗରୁ ଲଗାଇଥିଲେ । ପାନର ପତ୍ରକୁ ନିଜେ ସହ ଗ୍ରାମବାସୀଙ୍କୁ ମଧ୍ୟ ଖୁଆନ୍ତି । ଆଜି ସକାଳୁ ଖୁଣ୍ଟିଆ ବାବୁ ତାଙ୍କ ପାନ ଗଛରୁ ପାନ ତୋଳିବା ପାଇଁ ଯାଇ ଦେଖିବାକୁ ପାଇଥିଲେ ଯେ ତାଙ୍କ ପାନ ଗଛରେ ପିପଳି ଫଳି ଥିବାର।ଏହା ଦେଖି ସେ ନିଜେ ଆଶ୍ଚର‌୍ୟ୍ୟ ହୋଇ ଥିଲେ ଏବଂ ଏହି ବିରଳ ଦୃଶ୍ୟ ଦେଖି ନିକଟସ୍ଥ ଗ୍ରାମବାସୀଙ୍କୁ ମଧ୍ୟ ଜଣାଇଥିଲେ । ଏହି ବିରଳ ଦୃଶ୍ୟ ଦେଖି ଗ୍ରାମ ବାସୀମାନଙ୍କ ମଧ୍ୟରେ ଏକ ବିସ୍ମୟ ପ୍ରକାଶ ପାଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ