ସିବିଆଇଠୁ ଭଲ କ୍ରାଇମବ୍ରାଞ୍ଚ: ଅରୁଣ

ବଡ଼ ଖବର(ଭୁବନେଶ୍ୱର ବ୍ୟୁରୋ): ନବ ଦାସ ହତ୍ୟା ଘଟଣାରେ ସଂଧ୍ୟା ସମୟରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା । ମୁଲତବି ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏକ ସାମାନ୍ୟ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦିଏ । ଅମାନୁଷିକ ହତ୍ୟା ହୃଦୟ ବିଦାରକ । ଜଘନ୍ୟ ହତ୍ୟାକାଣ୍ଡକୁ କେହି ପସନ୍ଦ କରିବେନି । ସମସ୍ତଙ୍କୁ ଦୁଃଖ ଦିଏ । ନବ ଦାସଙ୍କ ହତ୍ୟାକୁ ନେଇ ଗୃହ ଏବଂ ଗୃହ ବାହାରେ ଆଲୋଚନା ହେଉଛି । ତଥ୍ୟ ନାହିଁ, ସତ୍ୟ ନାହିଁ । ଚାହା ଖଟିରେ ଗପ ଭଳି ଲାଗୁଛି । ଅବାନ୍ତର ଆଲୋଚନାକୁ କେତେଦୂର ବିଶ୍ୱାସ କରାଯାଇପାରେ ଓଡ଼ିଶାବାସୀ ବିଚାର କରିବେ ବୋଲି ବିଜେଡି ନେତା ଅରୁଣ ସାହୁ କହିଛନ୍ତି ।

ଆପୋଲୋ ହସ୍ପିଟାଲରେ ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରିବା ଅର୍ଥ, ଠାକୁରଙ୍କୁ ଡାକୁଥିଲେ । ଜୀବନ ବଞ୍ଚାଇବା ପାଇଁ ପ୍ରାର୍ଥନା କରୁଥିଲେ । ନବ ଦାସଙ୍କ ଶୁଦ୍ଧିକ୍ରିୟା ସରି ନଥିବାବେଳେ ଯେଉଁ ଭଳି ବୟନବାଜି କରାଗଲା ତାହା ସମସ୍ତଙ୍କୁ ବ୍ୟଥିତ କରୁଛି । ସରକାର ତଦନ୍ତରେ ଏଫବିଆଇର ସହଯୋଗ ନେବାକୁ ଚାହିଁଛନ୍ତି । ସିବିଆଇ ଯେଉଁ ପ୍ରକ୍ରିୟାରେ ତଦନ୍ତ କରେ, କ୍ରାଇମବ୍ରାଞ୍ଚ ମଧ୍ୟ ସେହି ପ୍ରକ୍ରିୟା ଆପଣାଉଛି । ବିରୋଧୀଙ୍କ ପାଖରେ ଯାହା ତଥ୍ୟ ଏବଂ ପ୍ରମାଣ ଅଛି କ୍ରାଇମବ୍ରାଞ୍ଚକୁ ଦିଅନ୍ତୁ ବୋଲି ଅରୁଣ କହିଛନ୍ତି । ସେ କହିଛନ୍ତି ସିବିଆଇଠୁ ବହୁତ ଭଲ କ୍ରାଇମବ୍ରାଞ୍ଚ । ନବୀନ ପଟ୍ଟନାୟକ ବହୁତ ସମ୍ବେଦନଶୀଳ । ଦୋଷୀକୁ କଠୋର ଦଣ୍ଡ ଦିଅନ୍ତି । ବିରୋଧୀ ଧୈର୍ଯ୍ୟ ଧରନ୍ତୁ, ଅପେକ୍ଷା କରନ୍ତୁ, ତଦନ୍ତ ରିପୋର୍ଟକୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’