Masthead

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଇନିଂସ ‘ଅବିଶ୍ୱସନୀୟ’ : ଜଷ୍ଟିନ ଲାଙ୍ଗର

ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖେଳାଯାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଇନିଂସକୁ ‘ଅବିଶ୍ୱସନୀୟ’ ବୋଲି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ବର୍ଣ୍ଣନା କରିଛନ୍ତି। ସେ ପାଣ୍ଡ୍ୟାଙ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତୁଳନା କରିଥିଲେ। ପାଣ୍ଡ୍ୟା ଗତ ମ୍ୟାଚରେ ୨୨ ଟି ବଲରୁ ୪୨ ରନର ଅପରାଜିତ ଇନିଂସ ଖେଳି ୬ ଟି ୱିକେଟରେ ଭାରତୀୟ ଦଳକୁ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାପୂର୍ବରୁ ଓପନର୍ ଶିଖର ଧାୱନ ୩୬ ବଲରେ ୫୨ ରନର ଚମତ୍କାର ଇନିଂସ ଖେଳିଥିଲେ। ମ୍ୟାଚ୍ ପରେ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ ଲାଙ୍ଗର କହିଛନ୍ତି, ‘ମ୍ୟାଚ୍ ଦୃଷ୍ଟିକୋଣରୁ ଏହା ଏକ ଅବିଶ୍ୱସନୀୟ ଇନିଂସ ଥିଲା। ଆମେ ଜାଣୁ ପାଣ୍ଡ୍ୟା କେତେ ବିପଜ୍ଜନକ । ଆମେ ଏହା ପୂର୍ବରୁ ଧୋନିଙ୍କୁ ଦେଖିଛୁ ଏବଂ ପାଣ୍ଡ୍ୟା ମଧ୍ୟ ସମାନ ବ୍ୟାଟିଂ କରିଛନ୍ତି।

ଲାଙ୍ଗର କହିଛନ୍ତି ଯେ ସେ ଭଲ ବ୍ୟାଟିଂ କରିଛନ୍ତି, ନିଶ୍ଚିତ ଭାବେ ଏହା ଏକ ଭଲ ଇନିଂସ ଥିଲା। ଲାଙ୍ଗର ସ୍ୱୀକାର କରିଛନ୍ତି ଯେ ଅନେକ ଅଭିଜ୍ଞ ଟି -୨୦ ଖେଳାଳି ରହି ଭାରତୀୟ ଦଳ ଉପକୃତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଶିକ୍ଷକ କହିଛନ୍ତି, ‘ମୁଁ ଭାବୁଛି ପୁରା ମ୍ୟାଚ୍ ବହୁତ ନିକଟତର ଥିଲା ଆମର ଫିଲ୍ଡିଂ ଚମତ୍କାର ଥିଲା । ଅଭିଜ୍ଞ ଟି -୨୦ ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଭାରତୀୟ ଦଳ ଆମ ଉପରେ ଭାରି ପଡିଲା । ବ୍ୟାଟିଂ ସମୟରେ କିଛି ବଡ଼ ସଟ୍ ଖେଳିଥିବା ଭାରତୀୟ ଅଧିନାୟକଙ୍କୁ ମଧ୍ୟ ଲାଙ୍ଗର ପ୍ରଶଂସା କରିଛନ୍ତି। ଏହି ମ୍ୟାଚ୍‌ରେ କୋହଲି ୨୪ ବଲରେ ୪୦ ରନର ଇନିଂସ ଖେଳି ମଧ୍ୟମ ଓଭରରେ ରନ୍ ହାର ହ୍ରାସ କରିବାକୁ ଦେଇନଥିଲେ। ସେ କହିଛନ୍ତି, ‘ବିରାଟଙ୍କ କିଛି ସଟ୍ ଆଶ୍ଚର୍ୟ୍ୟଜନକ ଥିଲା, ମୁଁ ଅନେକ ବର୍ଷ ଧରି କହୁଛି ଯେ ସେ ମୋ ପାଇଁ ସର୍ବୋତ୍ତମ ଖେଳାଳି। ସେ କିଛି ଚମତ୍କାର ସଟ୍ ଖେଳିଥିଲେ ଏବଂ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଥିଲେ, ଯାହା ସେମାନଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା