Masthead

ପ୍ଲେ ଅଫ ଦୌଡରୁ ବାଦ ପଡିଲା ପଞ୍ଜାବ, ୪ ୱିକେଟରେ ଜିତିଲା ରାଜସ୍ଥାନ

ଧର୍ମଶାଳା(ବଡ଼ ଖବର ବ୍ୟୁରୋ):  ଆଇପିଏଲ ୬୬ତମ ମ୍ୟାଚରେ ପଞ୍ଜାବକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ୧୮୭ ରନ କରିଥିଲା ପଞ୍ଜାବ । ଏହି ବିଜୟଲକ୍ଷ୍ୟକୁ ୧୯.୪ ଓଭରରେ ହାସଲ କରି ପଞ୍ଜାବକୁ ଏଲିମିନେଟ କରିଛି ରାଜସ୍ଥାନ । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଏହାପରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ୧୮୭ ରନ କରି ରାଜସ୍ଥାନକୁ ୧୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୪ ଓଭରରେ ୧୮୯ ରନ କରି ପ୍ଲେ ଅଫରୁ ପଞ୍ଜାବକୁ ଏଲିମିନେଟ କରିଥିଲା ରାଜସ୍ଥାନ ।

ଦ୍ୱିତୀୟ ପାଳିରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସ ବଟଲର ଓ ୟାସଭି ଜୟସ୍ୱାଲ ଓପନିଂ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ବଟଲର କୌଣସି ରନ ନକରି ଆଉଟ ହୋଇଯାଇଥିଲେ। ତୃତୀୟ ୱିକେଟ ଭାବେ ଦେବଦତ୍ତ ପଡିକଲ ଆସିଥିଲେ। ଉଭୟ ଦେବଦତ୍ତ ଓ ଜୟସ୍ୱାଲ ଖେଳକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଥିଲେ। ଦେବଦତ୍ତ ୫୧ ରନ କରିଥିବାବେଳେ ଅର୍ସଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ। ସଂଜୁ ସାମସନ ଆସିଥିଲେ ବି ସେ ୨ ରନ କରି ଆଉଟ ହୋଇଯାଇଥିଲେ।

 ପରେ ଜୟସ୍ୱାଲ ୫୦ ରନ କରିଥିବାବେଳେ ନାଥାନ ଏଲିସଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦଳ ଲଗାତର ୩ୱିକେଟ ହରାଇ ବିପର୍ଯ୍ୟୟ ଆଡକୁ ଗତି କରିଥିଲା। ପଞ୍ଚମ ୱିକେଟ ଭାବେ ସିମରନ ହ୍ୱାଟମେୟରଙ୍କ ୪୬ ରନ ଓ ରିୟାନ ପରାଗଙ୍କ ୨୦ ରନ ବଳରେ ଦଳର ଜିତିବା ଆଶା ଉଜ୍ଜ୍ୱଳ ହୋଇଥିଲା। ଉଭୟେ ଆଉଟ ହେବା ପରେ ଧ୍ରୁବ ଜୁରେଲ ଓ ଟ୍ରେଣ୍ଟବୋଲ୍ଡ ଅପରାଜିତ ରହି ମ୍ୟାଚକୁ ଜିତାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ