Masthead

ନୁହର ହିଂସା, ମୁଖ୍ୟମନ୍ତ୍ରୀଙ୍କ ଷଡଯନ୍ତ୍ର: ରଣଦୀପ ସୁରଜେୱାଲା

ହରିୟାଣା (ବଡ଼ ଖବର ବ୍ୟୁରୋ):  ହରିୟାଣା ନୁହରେ ଘଟିଥିବା ହିଂସାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ବଡ ବୟାନ । ସେ ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଟାର୍ଗଟ କରିଛନ୍ତି । କହିଛନ୍ତି ହିଂସା ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଜାଣିଥିଲେ । ସେ ଏହାକୁ ସରକାରଙ୍କ ଷଡଯନ୍ତ୍ର ବୋଲି ମଧ୍ୟ କହିଛନ୍ତି। ବିଜେପି ଏବଂ ଜେଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଏହି ହିଂସା ରାଜ୍ୟ ସରକାରଙ୍କ ଷଡଯନ୍ତ୍ରର ଏକ ଅଂଶ। ସେ ପ୍ରଶ୍ନ କରି କହିଛନ୍ତି, “ଗୁପ୍ତଚର ଇନପୁଟ୍ ଖଟ୍ଟର ସରକାରଙ୍କ ସହ ଥିଲା, ଖଟ୍ଟର ସରକାର କାହିଁକି କାର୍ଯ୍ୟ କଲେ ନାହିଁ? ଷଡଯନ୍ତ୍ରର ଏକ ଅଂଶ ଭାବରେ ସରକାର ନିରବ ଭାବରେ ବସିଥିଲେ?” ଏଥିସହ ନୁହ ଏସପିଙ୍କୁ କାହିଁକି ଛୁଟିରେ ପଠାଗଲା ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ହରିୟାଣାର ନୁହ ଜିଲ୍ଲା ନନ୍ଦ ଗାଁ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ ଗୋଷ୍ଠୀସଂଘର୍ଷରୁ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ହୋଦାଲ ଡିଏସ୍‌ପି ସାଜ୍ଜନ ସିଂଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ଜଣେ ଇନ୍ସପେକ୍ଟରଙ୍କ ପେଟରେ ଗୁଳି ବାଜିଛି। ଉତ୍ତ୍ୟକ୍ତ ଲୋକେ ୪ଟି ଗାଡ଼ି ଓ ଗୋଟିଏ ଦୋକାନ ଜାଳିଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ