Masthead

ଜଗନ୍ନାଥଙ୍କ ଜମିରେ ବସଷ୍ଟାଣ୍ଡ ନିର୍ମାଣ, ବେଆଇନ କହି ପ୍ରଶ୍ନ ଉଠାଇଲେ ସୂଚନାଧିକାର କର୍ମୀ

କାକଟପୁର (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା କାକଟପୁରରେ ତିଆରି ହେଉଛି ନୂଆ ବସଷ୍ଟାଣ୍ଡ । Odisha State Road Transport Corporation ତରଫରୁ Project File ହୋଇଥିବା ବେଳେ, Odisha state police housing and welfare corporation limited ଏହି ବସଷ୍ଟାଷ୍ଡ ନିର୍ମାଣ  କାର୍ଯ୍ୟକୁ ହାତକୁ ନେଇଛି ।  ୫କୋଟିରୁ ଅଧିକ ବ୍ୟୟରେ ଏହାର କାମ ଚାଲିଛି । ମାସେ ମଧ୍ୟରେ ଏହାର ଉଦଘାଟନ ହେବ ବୋଲି ଜଣାପଡ଼ିଛି ।  ଦୀର୍ଘଦିନ ଧରି ଅସ୍ତରଙ୍ଗ, କାକଟପୁର ଅଞ୍ଚଳ ଲୋକଙ୍କ ଏ ନେଇ ଦାବି ରହିଥିଲା । ତେବେ ଅନେକ ସମୟରେ ଏଠାରେ ନିମ୍ନମାନର କାମ ଅଭିଯୋଗ ହୋଇଆସୁଛି । ଏତେଟଙ୍କା ଖର୍ଚ୍ଚ ହେଉଥିଲେ ବି କାମର ମାନ ଠିକ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ ।

ଏବେ ଏକ ନୂଆ ଅଭିଯୋଗ ମୁଣ୍ଡ ଟେକିଛି । ନିର୍ମାଣ ହେଉଥିବା ସ୍ଥାନଟି ବେଆଇନ ବୋଲି ଅଭିଯୋଗ ହୋଇଛି । ଏହି ଜମିଟି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଥିବା ଦର୍ଶାଇ ବିରୋଧ କରିଛନ୍ତି ଅଧ୍ୟାପକ ଲକ୍ଷ୍ମୀଧର ବିଶ୍ୱାଳ , କିଛି ସୂଚନାଧିକାରୀ କର୍ମୀ ଓ ଯୁବ ନେତା । ସେମାନେ କହିଛନ୍ତି, ସରକାରଙ୍କର କୌଣସି ଉନ୍ନତି, ବିକାଶମୂଳକ କାର୍ଯ୍ୟକୁ ବିରୋଧ ନାହିଁ କିନ୍ତୁ  ମହାପ୍ରଭୁ ଜଗନ୍ନାଥ ଜମି ଉପରେ କଣ ପାଇଁ ବସ୍ ଷ୍ଟାଣ୍ଡ ହେଉଛି ବୋଲି ପ୍ରଶ୍ନ କରୁଛନ୍ତି । ଅଞ୍ଚଳରେ ଅନ୍ୟତ୍ର ଅନେକ ଅନାବାଦୀ ସରକାରଙ୍କ ଜମି ଥାଇ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଜମିରେ କଣ ପାଇଁ ହେଉଛି ବୋଲି ବିରୋଧ କରିବା ସହିତ ସେମାନେ ନିନ୍ଦା କରିଛନ୍ତି । ଯଦି ବେଆଇନ କାର୍ଯ୍ୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ  ନ ନିଆଯାଏ,  ଅଭିଯୋଗକାରୀ ଅଧ୍ୟାପକ ଲକ୍ଷ୍ମୀଧର ବିଶ୍ୱାଳ ଓ ସୂଚନାଧିକାରୀ କର୍ମୀ ସମୂହ ଲୋକାୟୁକ୍ତ ଓ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ