ଜଗନ୍ନାଥଙ୍କ ଜମିରେ ବସଷ୍ଟାଣ୍ଡ ନିର୍ମାଣ, ବେଆଇନ କହି ପ୍ରଶ୍ନ ଉଠାଇଲେ ସୂଚନାଧିକାର କର୍ମୀ

କାକଟପୁର (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା କାକଟପୁରରେ ତିଆରି ହେଉଛି ନୂଆ ବସଷ୍ଟାଣ୍ଡ । Odisha State Road Transport Corporation ତରଫରୁ Project File ହୋଇଥିବା ବେଳେ, Odisha state police housing and welfare corporation limited ଏହି ବସଷ୍ଟାଷ୍ଡ ନିର୍ମାଣ  କାର୍ଯ୍ୟକୁ ହାତକୁ ନେଇଛି ।  ୫କୋଟିରୁ ଅଧିକ ବ୍ୟୟରେ ଏହାର କାମ ଚାଲିଛି । ମାସେ ମଧ୍ୟରେ ଏହାର ଉଦଘାଟନ ହେବ ବୋଲି ଜଣାପଡ଼ିଛି ।  ଦୀର୍ଘଦିନ ଧରି ଅସ୍ତରଙ୍ଗ, କାକଟପୁର ଅଞ୍ଚଳ ଲୋକଙ୍କ ଏ ନେଇ ଦାବି ରହିଥିଲା । ତେବେ ଅନେକ ସମୟରେ ଏଠାରେ ନିମ୍ନମାନର କାମ ଅଭିଯୋଗ ହୋଇଆସୁଛି । ଏତେଟଙ୍କା ଖର୍ଚ୍ଚ ହେଉଥିଲେ ବି କାମର ମାନ ଠିକ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ ।

ଏବେ ଏକ ନୂଆ ଅଭିଯୋଗ ମୁଣ୍ଡ ଟେକିଛି । ନିର୍ମାଣ ହେଉଥିବା ସ୍ଥାନଟି ବେଆଇନ ବୋଲି ଅଭିଯୋଗ ହୋଇଛି । ଏହି ଜମିଟି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଥିବା ଦର୍ଶାଇ ବିରୋଧ କରିଛନ୍ତି ଅଧ୍ୟାପକ ଲକ୍ଷ୍ମୀଧର ବିଶ୍ୱାଳ , କିଛି ସୂଚନାଧିକାରୀ କର୍ମୀ ଓ ଯୁବ ନେତା । ସେମାନେ କହିଛନ୍ତି, ସରକାରଙ୍କର କୌଣସି ଉନ୍ନତି, ବିକାଶମୂଳକ କାର୍ଯ୍ୟକୁ ବିରୋଧ ନାହିଁ କିନ୍ତୁ  ମହାପ୍ରଭୁ ଜଗନ୍ନାଥ ଜମି ଉପରେ କଣ ପାଇଁ ବସ୍ ଷ୍ଟାଣ୍ଡ ହେଉଛି ବୋଲି ପ୍ରଶ୍ନ କରୁଛନ୍ତି । ଅଞ୍ଚଳରେ ଅନ୍ୟତ୍ର ଅନେକ ଅନାବାଦୀ ସରକାରଙ୍କ ଜମି ଥାଇ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଜମିରେ କଣ ପାଇଁ ହେଉଛି ବୋଲି ବିରୋଧ କରିବା ସହିତ ସେମାନେ ନିନ୍ଦା କରିଛନ୍ତି । ଯଦି ବେଆଇନ କାର୍ଯ୍ୟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ  ନ ନିଆଯାଏ,  ଅଭିଯୋଗକାରୀ ଅଧ୍ୟାପକ ଲକ୍ଷ୍ମୀଧର ବିଶ୍ୱାଳ ଓ ସୂଚନାଧିକାରୀ କର୍ମୀ ସମୂହ ଲୋକାୟୁକ୍ତ ଓ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ