Masthead

ନିଶା କାରବାରକୁ ନେଇ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ମର୍ଡର। ପୁଣି ନିଶା କାରବାରକୁ ନେଇ ଗଡ଼ିଲା ମୁଣ୍ଡ। ରଘୁନାଥପୁର ସ୍ଥିତ ରଘୁନାଥ ନଗରରେ ସାମାନ୍ୟ ବଚସାରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମୃତକ ହେଲେ ସନାତନ ରାଉତରାୟ । ନିଶା କାରବାର ସାରି ଦ୍ରୁତ ଗତିରେ ଫେରୁଥିବା ବେଳେ ସନାତନ ଏବଂ ତାଙ୍କ ସାଙ୍ଗଙ୍କ ସହ ବଚସା ହୋଇଥିଲା । ପରେ ଉତ୍ୟକ୍ତ ହୋଇ ରାଜା ଘରୁ ଡାକିଆଣିଥିଲେ କିଛି ମହିଳାଙ୍କୁ।

ମହିଳାମାନେ ସନାତନଙ୍କୁ କାବୁ କରିଥିବା ଅବସ୍ଥାରେ ରାଜା ଏବଂ ତାର ସହଯୋଗୀ ବଇଆ ଛୁରି ଆଣି ସନାତନଙ୍କ ଛାତିରେ ବାରମ୍ବାର ଭୁଷି ଚାଲିଥିଲେ। ଘଟଣା ସ୍ଥଳରେ ସନାତନଙ୍କ ମୃତ୍ୟୁ ଘଟିଥିଲା। ତେବେ ସେଠାରେ ରହୁଥିବା ରାଜା ଏବଂ ବଇଆ ଦୀର୍ଘ ବର୍ଷ ହେବ ମଦ ,ଗଞ୍ଜେଇ ଓ ବ୍ରାଉନସୁଗାର ବେପାର କରିଆସୁଥିଲେ। ରାଜା ଉପରେ ଆଗରୁ ଅନେକ ମାମଲା ମଧ୍ୟ ଅଛି ଏବଂ ପୂର୍ବରୁ ଏକ ହତ୍ୟା ମାମଲାରେ ମଧ୍ୟ ସେ ଜଡିତ। ତେବେ ପୁଲିସ ଏହି ଘଟଣା ପରେ ୬ଜଣଙ୍କୁ ଥାନାକୁ ନେଇ ଜେରା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ