ଜହ୍ନ ଦେଖିବା ହେଲା କାଳ

ଗାଜିଆବାଦ (ବଡ଼ ଖବର ବ୍ୟୁରୋ : ଜହ୍ନ ଦେଖିବା ହେଲା କାଳ । ୨୫ ମହଲା ଛାତରୁ ଖସିପଡ଼ି ଚାଲିଗଲା ଦୁଇ ଯାଆଁଳା ଭାଇଙ୍କ ଜୀବନ । ଯାହାଙ୍କ ବୟସ ପାଖାପାଖି ୧୩ ବର୍ଷ ହେବ । ଏଭଳି ଅଭାବନୀୟ ଘଟଣା ଘଟିଛି ଗାଜିଆବାଦର ବିଜୟ ନଗରରେ ଥିବା ହାଉସିଂ ସୋସାଇଟ୍‌ରେ । ବାଲକୋନିର ରେଲିଂ ପାଖରୁ ଗୋଟିଏ ପ୍ଲାଷ୍ଟିକ ଚେୟାର ଉପରେ ଛୋଟ ଷ୍ଟୁଲ ଠାବ କରାଯାଇଛି। ସେମାନେ ଏହା ଉପରେ ଛିଡ଼ା ହୋଇ ଜହ୍ନ ଦେଖିଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା କୁହାଯାଉଛି। ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୧ଟା ବେଳେ ଏପରି ଘଟଣା ଘଟିଛି।

ପୋଲିସର କହିବା ଅନୁସାରେ ଯେ ଦୁଇ ଭାଇ ସୂର୍ୟ୍ୟ ନାରାୟଣ ଓ ସତ୍ୟ ନାରାୟଣ ସମସ୍ତ ଶୋଇଯିବା ପରେ ବାଲକୋନିକୁ ଆସି ଜହ୍ନ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଏପରି ଘଟଣା ଘଟିଛି। ରୁମରେ ମାଆ ରାଧା ସାମାନ୍ୟ ଶୋଇପଡ଼ିବାରୁ ଦୁଇ ଭାଇ ପୁଣି ବାଲକୋନିକୁ ଜହ୍ନ ଦେଖିବାକୁ ଚାଲି ଯାଇଥିଲେ। ରାତି ପ୍ରାୟ ୧ଟା ବେଳେ ରାଧାଙ୍କ ନିଦ ଭାଙ୍ଗିବା ପରେ ସେ ରୁମ୍‌ରେ ଦୁଇ ପୁଅଙ୍କୁ ନ ପାଇ ବ୍ୟସ୍ତ ହୋଇଯାଇଥିଲେ। ଷ୍ଟଡି ରୁମରେ ମଧ୍ୟ ସେମାନଙ୍କୁ ଖୋଜିଥିଲେ।

ହେଲେ ବାଲକୋନି କବାଟ ଖୋଲା ଥିବାରୁ ସେ ତୁରନ୍ତ ସେଠାକୁ ଯାଇ ବି ଦେଖିଥିଲେ। ଏହି ସମୟରେ ଲୋକମାନେ ରାସ୍ତାରେ ରୁଣ୍ଡ ହୋଇଥିବା ଦେଖି ରାଧା ତଳକୁ ଦୌଡ଼ି ଥିଲେ। ସେ ତଳେ ପହଞ୍ଚିଲା ବେଳକୁ ସତ୍ୟ ଓ ସୂର୍ୟ୍ୟ ପରସ୍ପର ଠାରୁ ମାତ୍ର ଅଳ୍ପ ଦୂରତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଉଭୟଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!