Masthead

ଚିକିତ୍ସା ପାଇଁ ଅର୍ଥାଭାବ

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଖେଳ କୁଦ ବୟସରେ ମା କୋଳ ଛାଡ଼ୁନି ଦୁଇବର୍ଷର ଶିଶୁ । ଜନ୍ମର ଏକ ବର୍ଷପରେ ହଠାତ ଜ୍ୱର ହେବା ସହ ଆଖି ଲାଲ ହୋଇଯାଇଥିଲା । ସାମାନ୍ୟ ଭାବି ଗାଁ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇବାପରେ ଟିକିଏ ଭଲ ହୋଇ ପୁଣି ଲାଲ ହେବା ସହ ଆଖିଟି ଅସ୍ୱାଭାବିକ ଭାବେ ବଢି ବାହାରକୁ ବାହାରି ଆସିଛି । ଚିକିତ୍ସା ପାଇଁ ବିଭିର୍ଣ୍ଣ ସ୍ଥାନରେ ଦେଖାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାପରେ ଏବେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ହେଲେ ଅର୍ଥ ସାଜିଛି ବାଧକ । ଏଭଳି ଦୃଶ୍ୟ ଦେଖବାକୁ ମିଳିଛି ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ମୂଳ ଗାଁରେ । ଦୁଇ ବର୍ଷର ବିକାଶ ନାୟକ । ଜନ୍ମର ଏକ ବର୍ଷପରେ ଦୁଇ ଆଖି ଫୁଲିବା ସହିତ ମାଂସ ପିଣ୍ଡୁଳା ବାହାର କୁ ବାହାରି ଆସିଛି । ଅସ୍ୱାଭାବିକ ଭାବେ ଏଭଳି ମାଂସ ବଢ଼ିବା ସହ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛି ବିକାଶ । ଚିକିତ୍ସା ପାଇଁ ଭଞ୍ଜନଗର, ବ୍ରହ୍ମପୁର ଓ ଆଙ୍କୁଲି ନିକଟରେ ଥିବା ଚକ୍ଷୁ ଚିକିତ୍ସାଳୟରେ ଦେଖାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ଯଉଁଥିରେ ନିଜର ଯାହା ରୋଜଗାର ସମେତ ବାସଗୃହ କୁ ମଧ୍ୟ ବନ୍ଧା ପକାଇସାରିଲେଣି ।

ବାପା ଜୟରାମ ନାଇକ ଜଣେ ଦାଦନ ଶ୍ରମିକ ଗତ ଦୁଇବର୍ଷ ହେଲା କାମ କରିବା ପାଇଁ ତାମିଲନାଡୁ ଯାଇଛି ଯେ ଯାଇଛି । ପିଲାର ରୋଗ ସମ୍ପର୍କରେ ଜାଣି ସୁଦ୍ଧା ଘରକୁ ଫେରିବା ନା ଧରୁନଥିବା ବେଳେ ନିଜ ତିନି ପିଲାଙ୍କୁ ନେଇ ଦୁଃଖରେ ଦିନ କାଟୁଥିବା ଲୋତକ ଭରା କଣ୍ଠରେ କହିଛନ୍ତି ରଞ୍ଜିତା । ନିଜେ ମୂଲ ଲାଗି ଯାହା ରୋଜଗାର କରି ଆଣୁଛନ୍ତି ସେଥିରେ ପରିବାର ଚଳୁଥିଲା ଏବେ ଘର ବନ୍ଧା ପକାଇସାରିବା ପରେ ମଙ୍ଗଳପୁର ନିକଟ ଗୋଠଳି ଗାଁ କୁ ନିଜ ଭାଇ ଭାଉଜଙ୍କ ନିକଟକୁ ଚାଲି ଆସିଛନ୍ତି ।

ସରକାରୀ ସହାୟତା ଭାବେ ଏବେ କେଵଳ ରାସନ କାର୍ଡ ଟିଏ ରହିଛି । ପିଲାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ରହିଛି । ସରକାରଙ୍କ ସହାୟତାକୁ ଚାହିଁ ରହିଛନ୍ତି ପରିବାର । ଯିଦ କେହି ସହୃଦୟ ବ୍ୟକ୍ତି ସାହାର୍ଯ୍ୟ କରିବା ପାଇଁ ଚାହ୍ୟୁଛନ୍ତି ତେବେ Andhrea Bank, kullada, ranjita Naik, AC-082710100084504 Ifsc code- ANDB0000827 ranjita Naik, phone number,7751080366 ରେ ଯୋଗାଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି