ଚିକିତ୍ସା ପାଇଁ ଅର୍ଥାଭାବ

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଖେଳ କୁଦ ବୟସରେ ମା କୋଳ ଛାଡ଼ୁନି ଦୁଇବର୍ଷର ଶିଶୁ । ଜନ୍ମର ଏକ ବର୍ଷପରେ ହଠାତ ଜ୍ୱର ହେବା ସହ ଆଖି ଲାଲ ହୋଇଯାଇଥିଲା । ସାମାନ୍ୟ ଭାବି ଗାଁ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇବାପରେ ଟିକିଏ ଭଲ ହୋଇ ପୁଣି ଲାଲ ହେବା ସହ ଆଖିଟି ଅସ୍ୱାଭାବିକ ଭାବେ ବଢି ବାହାରକୁ ବାହାରି ଆସିଛି । ଚିକିତ୍ସା ପାଇଁ ବିଭିର୍ଣ୍ଣ ସ୍ଥାନରେ ଦେଖାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାପରେ ଏବେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ହେଲେ ଅର୍ଥ ସାଜିଛି ବାଧକ । ଏଭଳି ଦୃଶ୍ୟ ଦେଖବାକୁ ମିଳିଛି ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ମୂଳ ଗାଁରେ । ଦୁଇ ବର୍ଷର ବିକାଶ ନାୟକ । ଜନ୍ମର ଏକ ବର୍ଷପରେ ଦୁଇ ଆଖି ଫୁଲିବା ସହିତ ମାଂସ ପିଣ୍ଡୁଳା ବାହାର କୁ ବାହାରି ଆସିଛି । ଅସ୍ୱାଭାବିକ ଭାବେ ଏଭଳି ମାଂସ ବଢ଼ିବା ସହ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛି ବିକାଶ । ଚିକିତ୍ସା ପାଇଁ ଭଞ୍ଜନଗର, ବ୍ରହ୍ମପୁର ଓ ଆଙ୍କୁଲି ନିକଟରେ ଥିବା ଚକ୍ଷୁ ଚିକିତ୍ସାଳୟରେ ଦେଖାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ଯଉଁଥିରେ ନିଜର ଯାହା ରୋଜଗାର ସମେତ ବାସଗୃହ କୁ ମଧ୍ୟ ବନ୍ଧା ପକାଇସାରିଲେଣି ।

ବାପା ଜୟରାମ ନାଇକ ଜଣେ ଦାଦନ ଶ୍ରମିକ ଗତ ଦୁଇବର୍ଷ ହେଲା କାମ କରିବା ପାଇଁ ତାମିଲନାଡୁ ଯାଇଛି ଯେ ଯାଇଛି । ପିଲାର ରୋଗ ସମ୍ପର୍କରେ ଜାଣି ସୁଦ୍ଧା ଘରକୁ ଫେରିବା ନା ଧରୁନଥିବା ବେଳେ ନିଜ ତିନି ପିଲାଙ୍କୁ ନେଇ ଦୁଃଖରେ ଦିନ କାଟୁଥିବା ଲୋତକ ଭରା କଣ୍ଠରେ କହିଛନ୍ତି ରଞ୍ଜିତା । ନିଜେ ମୂଲ ଲାଗି ଯାହା ରୋଜଗାର କରି ଆଣୁଛନ୍ତି ସେଥିରେ ପରିବାର ଚଳୁଥିଲା ଏବେ ଘର ବନ୍ଧା ପକାଇସାରିବା ପରେ ମଙ୍ଗଳପୁର ନିକଟ ଗୋଠଳି ଗାଁ କୁ ନିଜ ଭାଇ ଭାଉଜଙ୍କ ନିକଟକୁ ଚାଲି ଆସିଛନ୍ତି ।

ସରକାରୀ ସହାୟତା ଭାବେ ଏବେ କେଵଳ ରାସନ କାର୍ଡ ଟିଏ ରହିଛି । ପିଲାର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ରହିଛି । ସରକାରଙ୍କ ସହାୟତାକୁ ଚାହିଁ ରହିଛନ୍ତି ପରିବାର । ଯିଦ କେହି ସହୃଦୟ ବ୍ୟକ୍ତି ସାହାର୍ଯ୍ୟ କରିବା ପାଇଁ ଚାହ୍ୟୁଛନ୍ତି ତେବେ Andhrea Bank, kullada, ranjita Naik, AC-082710100084504 Ifsc code- ANDB0000827 ranjita Naik, phone number,7751080366 ରେ ଯୋଗାଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ