Masthead

ସେଲଫି ନେଉଥିଲେ, ଜଳିଗଲେ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ସେଲଫି ନିଶା ହେଲା କାଳ । ମାଲ୍‌ ବୋଝେଇ ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିବା ବେଳେ ଜଳିଗଲେ ଯୁବକ । ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଭାଲୁମାସ୍କା ରେଳ ଷ୍ଟେସନରେ । କାଶୀପୁର ବ୍ଲକ୍‌ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ ଓ ତାଙ୍କ ସାଥୀମାନେ ଭାଲୁମାସ୍କା ଗାଁରେ ଆୟୋଜିତ ଭୋଜିରେ ଯୋଗଦେବାକୁ ଯାଇଥିଲେ। ମଧ୍ୟାହ୍ନରେ ରନ୍ଧାରନ୍ଧି ସରିନଥିବା ବେଳେ ଦେବେନ୍ଦ୍ର ଓ ତାଙ୍କର ଦୁଇ ସାଥୀ ଭାଲୁମାସ୍କା ରେଳ ଷ୍ଟେସନରେ ଛିଡ଼ା ହୋଇ ହୋଇଥିବା ମାଲ୍‌ ଗାଡ଼ି ଉପରେ ଠିଆ ହୋଇ ସେଲ୍‌ଫି ନେଉଥିଲେ।

ଠିକ୍‌ ସେହି ସମୟରେ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା। ଯେଉଁଥିପାଇଁ ଦେବେନ୍ଦ୍ର ୨୫ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ପୋଡ଼ି ଯାଇଥିଲେ। ତାଙ୍କର ଦୁଇ ସାଥୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ଆହତ ହୋଇଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ